ଟ୍ରମ୍ପଙ୍କ ଭରସା କିମ୍‌ ଜୋଙ୍ଗ ପ୍ରତିଶ୍ରୁତି ରକ୍ଷା କରିବେ

ଟୋକିଓ – ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ , ଉତ୍ତର କୋରିଆର ଶାସକ କିମ୍‌ ଜୋଙ୍ଗ ଉପରେ ଭରସା କରୁଥିବା ପ୍ରକାଶ କରିଛନ୍ତି । ପୂର୍ବରୁ ଦୁଇ ଜଣଙ୍କ ସାକ୍ଷାତକାର ଅବସରରେ ନିଆଯାଇଥିବା ନିଷ୍ପତି କୁ କିମ୍‌ ପାଳନ କରିବେ ବୋଲି ସେ ଆଶାବାଦୀ ଅଛନ୍ତି । ଏକ ଟ୍ୱିଟରେ ଟ୍ରମ୍ପ ଏହି କଥା ପ୍ରକାଶ କରିଛନ୍ତି । ଉତ୍ତର କୋରିଆ କିଛିଟା ଛୋଟ କ୍ଷେପଣାସ୍ତ୍ରର ପରୀକ୍ଷଣ କରିଥିଲା । ଏଥିଯୋଗୁଁ ତାଙ୍କର କେତକ ସହଯୋଗୀଙ୍କ ମୁଣ୍ଡ ବ୍ୟଥାର କାରଣ ହୋଇଥିଲା । ଏଥିରେ ସେ ବିଚଳିତ ହୋଇ ନାହାନ୍ତି । ତାଙ୍କର ଭରସା ଅଛି କିମ୍‌ ଦେଇଥିବା ପ୍ରତିଶ୍ରୁତିକୁ ପାଳନ କରିବେ ବୋଲି ଟ୍ରମ୍ପ ଏହି ଟ୍ୱିଟରେ ଉଲ୍ଲେଖ କରିଛନ୍ତି ।

ଏହା ପୂର୍ବରୁ ଆମେରିକା ରାଷ୍ଟ୍ରୀୟ ସୁରକ୍ଷା ପରାମର୍ଶଦାତା ଜନ୍‌ ବୋଲ୍ଟନ ଉତ୍ତରକୋରିଆର କ୍ଷେପଣାସ୍ତ୍ର ପରୀକ୍ଷଣକୁ ନିନ୍ଦା କରିଥିଲେ । ଏହା ଜାତିସଂଘର କେତକ ନିୟମକୁ ଉଲ୍ଲଘଂନ କରୁଥିବା ସେ ପ୍ରକାଶ କରିଥିଲେ । ରାଷ୍ଟ୍ରପତି ଟ୍ରମ୍ପ ମେ ୪ ଓ ୯ ତାରିଖରେ ଉତ୍ତର କୋରିଆ କରିଥିବା କ୍ଷେପଣାସ୍ତ୍ର ପରୀକ୍ଷଣରେ ଅସନ୍ତୁଷ୍ଟ ଥିବା କଥା ପ୍ରକାଶ କରିଥିଲେ । ମାତ୍ର ଆମେରିକା ଏହାକୁ ଗମ୍ଭୀରତାର ସହ ଗ୍ରହଣ କରି ନଥିଲା ।
ଏବେ ଆମେରିକାର ରାଷ୍ଟ୍ରପତି ଟ୍ରମ୍ପ ଜାପାନ ଗସ୍ତରେ ଅଛନ୍ତି । ଜାପାନର ପ୍ରଧାନମନ୍ତ୍ରୀ ଶିଂଜୋ ଆବେଙ୍କ ସହ ବୈଠକ ସମୟରେ ଏହି ପ୍ରସଙ୍ଗରେ ଆଲୋଚନା ହୋଇଥିଲା । ଦୁଇ ଦେଶ ମଧ୍ୟରେ ରାଜନୈତିକ ସମ୍ପର୍କ ମଜବୁତ କରିବା ପାଇଁ ଆଲୋଚନା କରିଥିଲେ ।

Comments are closed.