କୁର୍ଦମାନଙ୍କୁ ଆକ୍ରମଣକଲେ ତୁର୍କୀ ଅର୍ଥନୀତିକୁ ଖିନ୍ଭିନ୍ କରିଦେବୁ: ଟ୍ରମ୍ପ

ଓ୍ୱାଶିଂଟନ . – କୁର୍ଦମାନଙ୍କୁ ଆକ୍ରମଣ କଲେ ତୁର୍କୀର ଅର୍ଥନୀତିକୁ ଦୁର୍ବଳ କରିଦେବୁ ବୋଲି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଧମକ ଦେଇଛନ୍ତି । କୁର୍ଦମାନଙ୍କୁ ମଧ୍ୟ ତୁର୍କୀକୁ ଉସାକାଇବା ଭଳି କାମରୁ ନିବୃତ୍ତ ରହିବା ପାଇଁସେ ପରାମର୍ଶ ଦେଇଛନ୍ତି । ତୁର୍କୀ କିଛି କୁର୍ଦ ସଙ୍ଗଠନମାନଙ୍କୁ ଆତଙ୍କବାଦୀ ବୋଲି ବିବେଚାନା କରିବା ସହ ଆକ୍ରମଣ କରିବ ବୋଲି ସୂଚନା ଦେଇଥିଲା । ସିରିଆରେ ଆମେରିକା ସହ ମିଶି କୁର୍ଦମାନେ ଆଇଏସ୍ଆଇଏସ୍ ସହ ଲଢାଇ କରୁଥିଲେ । ସିରିଆରୁ ଆମେରିକା ସେନା ପ୍ରତ୍ୟାହାର କରିବା ପରେ ତୁର୍କୀ କୁର୍ଦମାନଙ୍କ ଉପରେ ଆକ୍ରମଣ କରିବ ବୋଲି କହିଥିଲା ।
କୁର୍ଦମାନଙ୍କ ସପକ୍ଷରେ ରାଷ୍ଟ୍ରପତି ଟ୍ରମ୍ପ ଟ୍ୱିଟ କରିଛନ୍ତି । ସେମାନଙ୍କ ପାଇଁ ୩୦ କିଲୋମିଟର ସୁରକ୍ଷିତ ଅଞ୍ଚଳ ନିର୍ମାଣ ପାଇଁ କହନ୍ତି । ତେବ ଏହି ସୁରକ୍ଷିତ ଅଞ୍ଚଳ ବିଷୟରେ ଟ୍ରମ୍ପ ବିଶେଷ କିଛି ସୂଚନା ଦେଇ ନାହାନ୍ତି ।
କିଛି କୁର୍ଦ କୁର୍ଦିସ୍ତାନ ତିଆରି କରିବା ପାଇଁ ଚାହୁଁଛନ୍ତି । ଆମେରିକା ସିରିଆରୁ ସମସ୍ତ ସେନା ପ୍ରତ୍ୟାହାର କରିବା ସହ ଆଇଏସ୍ଆଇଏସ୍ ଉପରେ ଅନ୍ତିମ ଆକ୍ରମଣ କରିବ ବୋଲି ସୂଚନା ଦେଇଛି ।