ଟ୍ରମ୍ପଙ୍କୁ ଭେଟିଲେ ଫିଫା ଅଧ୍ୟକ୍ଷ

ୱାଶିଂଟନ୍ : ଆମେରିକା ରାଷ୍ଟ୍ରପତି ଡୋନାଲ୍‌ଡ ଟ୍ରମ୍ପଙ୍କୁ ଭେଟିଛନ୍ତି ଫିଫା ଅଧ୍ୟକ୍ଷ ଜିଆନି ଇନ୍‌ଫାନ୍‌ଣ୍ଟିନୋ। ୨୦୨୬ ଫିଫା ବିଶ୍ବକପ୍‌ ଆମେରିକା, ମେକ୍ସିକୋ ଓ କାନାଡ଼ା ମିଳିତ ଭାବେ ଆୟୋଜନ କରିବାକୁ ଯାଉଛନ୍ତି। ଇନ୍‌ଫାନ୍‌ଣ୍ଟିନୋ ୱାଶିଂଟନ୍‌କୁ ଯାଇ ଟ୍ରମ୍ପଙ୍କ ସହ ସାକ୍ଷାତ ଆଲୋଚନା କରିଥିଲେ। ଫିଫା ବିଶ୍ବକପ୍‌ ଆୟୋଜନ ନିମନ୍ତେ ଆମେରିକାର ପ୍ରସ୍ତୁତି ସଂପର୍କରେ ବୈଠକରେ ଆଲୋଚନା ହୋଇଥିଲା। ଫିଫା ବିଶ୍ବକପ୍‌ ନିମନ୍ତେ ଫିଫାର ଏକ କାର୍ଯ୍ୟାଳୟ ଆମେରିକାରେ ଖୋଲିବାକୁ ଇନ୍‌ଫାନ୍‌ଣ୍ଟିନୋ ପ୍ରସ୍ତାବ ଦେଇଥିଲେ। ଆମେରିକାରେ ଫୁଟବଲର ବିକାଶ ପାଇଁ ଟ୍ରମ୍ପ ପ୍ରଶାସନ ବ୍ୟାପକ ପଦକ୍ଷେପ ଗ୍ରହଣ କରିଥିବାରୁ ଇନ୍‌ଫାନ୍‌ଣ୍ଟିନୋ ଖୁସିବ୍ୟକ୍ତ କରିବା ସହ ଟ୍ରମ୍ପଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ। ଏଥିସହ ଇନ୍‌ଫାନ୍‌ଣ୍ଟିନୋ ଆମେରିକାର ଆଟର୍ଣ୍ଣି ଜେନେରାଲ୍‌ ୱିଲିୟମ୍‌ଙ୍କୁ ସାକ୍ଷାତ କରିଥିଲେ।

Comments are closed.