ଭାରତ-ଚୀନ ସୀମା ବିବାଦ : ମଧ୍ୟସ୍ଥତା ପାଇଁ ଡୋନାଲ୍ଡ ଟ୍ରମ୍ପଙ୍କ ପ୍ରସ୍ତାବ

ନୂଆଦିଲ୍ଲୀ : ଲଦାଖରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲ୍ (ଏଲଏସି) ଉପରେ ଭାରତ ଏବଂ ଚୀନ୍ ମଧ୍ୟରେ ସାମରିକ ତିକ୍ତତା ବୃଦ୍ଧି ପାଇବା ମଧ୍ୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏହି ସମସ୍ୟାର ସମାଧାନ ପାଇଁ ମଧ୍ୟସ୍ଥି ହେବାକୁ ପ୍ରସ୍ତାବ ଦେଇଛନ୍ତି। ଏକ ଟ୍ବିଟ୍‌ରେ ଟ୍ରମ୍ପ କହିଛନ୍ତି ଯେ, ଆମେ ଉଭୟ ଚୀନ୍ ଏବଂ ଭାରତକୁ କହିଛୁ ଯେ ଦୁଇ ଦେଶ ମଧ୍ୟରେ ବଢୁଥିବା ସାମରିକ ତିକ୍ତତାକୁ ଦୂର କରିବା ପାଇଁ ଆମେରିକା ଚାହୁଁଛି ଏବଂ ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ।
ଚୀନ୍ ସହିତ ଭାରତ ସୀମାରେ ଲଦାଖରେ ଉତ୍ତେଜନା ଜାରି ରହିଛି। ଉଭୟ ପକ୍ଷ ଏଠାରେ ସୈନ୍ୟ ନିୟୋଜନ ବୃଦ୍ଧି କରିଛନ୍ତି। ତେବେ ଟ୍ରମ୍ପଙ୍କ ପ୍ରସ୍ତାବ ପୂର୍ବରୁ ଲଦାଖ ସ୍ଥିତିକୁ ନେଇ ଟିପ୍ପଣୀ ରଖିଛି ଚୀନ୍‌। ଏହି ବିବାଦ ଉପରେ ଚୀନ୍‌ର ବୈଦେଶିକ ମନ୍ତ୍ରଣାଳୟ ବୁଧବାର କହିଛି ଯେ, ଭାରତ ସୀମାରେ ସ୍ଥିତି ସ୍ଥିର ରହିଛି ଏବଂ ନିୟନ୍ତ୍ରଣରେ ମଧ୍ୟ ରହିଛି।
ପୂର୍ବରୁ ଜମ୍ମୁ-କାଶ୍ମୀର ବିବାଦର ସମାଧାନ ପାଇଁ ଏକାଧିକ ପ୍ରସ୍ତାବ ଦେଇଥିଲେ।

Comments are closed.