ମହାଭିଯୋଗରୁ ଟ୍ରମ୍ପ ମୁକ୍ତ

ୱାଶିଂଟନ : ଆମେରିକା ସଂସଦ(କଂଗ୍ରେସ)ର ଉଚ୍ଚ ସଦନ ସିନେଟ ବୁଧବାର ରାଷ୍ଟ୍ରaପତି ଡୋନାଲ୍ଡ ଟ୍ରମ୍ପଙ୍କୁ ସମସ୍ତ ଅଭିଯୋଗରୁ ମୁକ୍ତ କରିଛି। ତାଙ୍କ ବିରୋଧରେ କ୍ଷମତାର ଦୂରୁପଯୋଗ ଓ କଂଗ୍ରେସ କାର୍ଯ୍ୟରେ ବାଧା ଉପୁଜାଇବା ଭଳି ଅଭିଯୋଗ ହୋଇଥିଲା। ସିନେଟରେ ରିପବ୍ଲିକ୍‌ ପାର୍ଟି (ଟ୍ରମ୍ପଙ୍କ ଦଳ)ର ସଂଖ୍ୟା ଗରିଷ୍ଠ ରହିଛି। କ୍ଷମତାର ଦୂରୁପଯୋଗ ଅଭିଯୋଗ ଉପରେ ସଦନର ୧୦୦ ସଦସ୍ୟଙ୍କ ମଧ୍ୟରୁ ୫୨ ଜଣ ଟ୍ରମ୍ପଙ୍କ ସମର୍ଥନରେ ମତଦାନ କରିଥିଲେ। ସେହିପରି କଂଗ୍ରେସ କାର୍ଯ୍ୟରେ ବାଧା ଉପୁଜାଇବା ଅଭିଯୋଗ ଉପରେ ଟ୍ରମ୍ପଙ୍କ ସପକ୍ଷରେ ୫୩ ଜଣ ମତଦାନ କରିଥିଲେ। ୩ୟ ଆମେରିକୀୟ ରାଷ୍ଟ୍ରପତି ଭାବେ ଟ୍ରମ୍ପ ମହାଭିଯୋଗରୁ ବର୍ତ୍ତି ଯାଇଛନ୍ତି। ତାଙ୍କ ପୂର୍ବରୁ ଆଣ୍ଡ୍ରୁ ଜନସନ ଓ ବିଲ୍‌ କ୍ଲିଣ୍ଟନ ଏହି ଅଭିଯୋଗରୁ ମୁକ୍ତ ହୋଇଥିଲେ।

Comments are closed.