ଚଳନ୍ତା କାଠ ବୋଝେଇ ଟ୍ରକରେ ଲାଗିଲା ନିଆଁ, ଅଳ୍ପକେ ବର୍ତ୍ତିଲେ ଚାଳକ

ରଗଡ଼ି : ଗୁରୁବାର ରାତିରେ ୨୦ ନମ୍ବର ଜାତୀୟ ରାଜପଥ ଅନ୍ଧାରି ଛକ ନିକଟରେ କାଠ ବୋଝେଇ ଏକ ଦଶଚକିଆ ଗାଡିରେ ନିଆଁ ଲାଗି ଜଳିଯାଇଛି।  କେନ୍ଦୁଝରରୁ କାଠ ବୋଝେଇ କରି କଟକ ଅଭିମୂଖେ ଆସୁଥିବା ଏହି ଗାଡିରେ ସର୍ଟ ସକ୍ରିଟ ଯୋଗୁଁ ଇଞ୍ଜିନରେ ନିଆଁ ଲାଗିଯିବାରୁ ଚାଳକ ଶରତଚନ୍ଦ୍ର ମହାପାତ୍ର ଗାଡିକୁ ରାସ୍ତାରେ ଛାଡି ତଳକୁ ଡେଇଁ ପଡିଥିଲେ। ତେବେ ଚାହୁଁ ଚାହୁଁ ନିଆଁ ଇଞ୍ଜିନରୁ ପୁରା ଟ୍ରକକୁ ବ୍ୟାପି ଯାଇଥିଲା। ରାସ୍ତା ଉପରେ କାଠ ବୋଝେଇ ଟ୍ରକ ହୁ ହୁ ଜଳୁ ଥିବାରୁ ପ୍ରାୟ ଏକ ଘଣ୍ଟାଧରି ରାସ୍ତାରେ ଗାଡି ଚଳାଚଳ ବନ୍ଦ ରହିଥିଲା। ଖଵର ପାଇ ଯାଜପୁରରୋଡରୁ ଅଗ୍ନିଶମ ବାହିନୀ କର୍ମଚାରୀ ପହଞ୍ଚି ନିଆଁକୁ ଆୟତ୍ତ କଲା ପରେ ରାସ୍ତାରେ ଗାଡିଚଳାଚଳ ସ୍ବଭାବିକ ହୋଇଥିଲା।

Comments are closed.