୪ର୍ଥ ଦିନରେ ଟ୍ରକ ଧର୍ମଘଟ : ଜିଦ୍‌ରେ ଅଟଳ ସଂଘ, ଆଲୋଚନାକୁ ଡାକିଲେନି ସରକାର

0

ଭୁବନେଶ୍ୱର: ବିଭିନ୍ନ ଦାବି ନେଇ ଅଖିଳ ଭାରତୀୟ ​‌େମ​‌ାଟର ପରିବହନ କଂଗ୍ରେସ (ଏଆଇଏମ୍‌ଟିସି) ପକ୍ଷରୁ ‘ଚକା ଜାମ୍‌’ ନାମରେ ଅନିର୍ଦ୍ଦିଷ୍ଟକାଳ ପାଇଁ ଡାକରା ଦିଆଯାଇଥିବା ଏହି ଟ୍ରକ ଧର୍ମଘଟ​‌ ଆଜି ଚତୁର୍ଥ ଦିନରେ ପହଞ୍ଚିଛି। ଟ୍ରକ ମାଲିକ ସଂଘ ନିଜ ଜିଦ୍‌ରେ ଅଟଳ ରହିଥିବା​‌ବେଳେ‌ ସରକାର ମଧ୍ୟ ଏ କ୍ଷେତ୍ରରେ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରିନାହାନ୍ତି। ସରକାରଙ୍କ ପକ୍ଷରୁ ସମସ୍ୟାର ସମାଧାନ ନେଇ ଏ ଯାଇ ସଂଘକୁ ଆଲୋଚନା ପାଇଁ ଡକାଯାଇନାହିଁ।
ତେବେ ବର୍ତ୍ତମାନ ଦେଶରେ ବିଭିନ୍ନ ସ୍ଥାନରେ ବନ୍ୟା ପରିସ୍ଥିତି ଦେଖାଦେଇଥିବାବେଳେ ଧର୍ମଘଟର ସମାଧାନ ନେଇ କୌଣସି ସମାଧାନ ପନ୍ଥା ବାହାରିପାରି ନ ଥିବାରୁ ଆଗକୁ ଏହା ଏକ ଜଟିଳ ସମସ୍ୟା ସୃଷ୍ଟି କରିବା ଆଶଙ୍କା କରାଯାଉଛି। ତିନି ଦିନର ଧର୍ମଘଟରେ ଦେଶବ୍ୟାପୀ ପ୍ରାୟ ୧୦,୦୦୦ ​‌କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଥିବା​‌ ଆକଳନ କରାଯାଉଛି।
ଧର୍ମଘଟ ପ୍ରଭାବରେ ବର୍ତ୍ତମାନ ସୁଦ୍ଧା କେବଳ ମହାରାଷ୍ଟ୍ରରେ ୨୦୦୦ କୋଟି ଟଙ୍କାର କାରବାର ପ୍ରଭାବିତ ହୋଇଛି। ମହାରାଷ୍ଟ୍ର ରାଜ୍ୟ ଟ୍ରକ, ଟେମ୍ପୋ, ଟ୍ୟାଙ୍କର, ବଦସ୍‌ ମହାଟୁକ୍‌ ମହାସଂଘର ସଭାପତି ରମଣ ଖୋସ୍‌ଲାଙ୍କ ମତରେ ସରକାର ଏବେ ଆମର ଦାବି ପ୍ରତି ପଦକ୍ଷେପ ନେବା ଜରୁରୀ। ସରକାର ଏହି ସବୁ ଦାବିକୁ ମୌଳିକ ଆଧାର ଗ୍ରହଣ କରିନେବା ଉଚିତ ବୋଲି ସେ କହିଛନ୍ତି। ମହାରାଷ୍ଟ୍ରରେ ରବିବାର ଗୋଟିିଏ ବି ଟ୍ରକ ପରିବହନ କାର୍ଯ୍ୟ ସାମିଲ ହୋଇନାହି। ଏ ସମ୍ପର୍କରେ ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ କୁହନ୍ତି, ଧର୍ମଘଟ ଆରମ୍ଭ ହେବା ପରେ ଶନିବାର ଏବଂ ରବିବାର ଛୁଟି ପଡିଥିଲା। ଏବେ ଆଶା କରୁଛୁ ସରକାର ଆମର ଦାବି ପୂରଣ କରିବେ। ନଚେତ୍‌ ​‌ଗୋଟିଏ ବି ଟ୍ରକ ସଡକରେ ଗଡିବ ନାହିଁ। ଆଗକୁ ଏହି ଧର୍ମଘଟ ଜୋରଦାର ହେବ। ଆମେ ଧର୍ମଘଟରେ ସାମିଲ ଥିଲେ ମଧ୍ୟ ଓଡ଼ିଶାରେ ବନ୍ୟା ପରିସ୍ଥିତିକୁ ଦେଖି ରାଜ୍ୟ ସରକାରଙ୍କୁ ରିଲିଫ୍‌ କାଯ୍ୟା ପାଇଁ ଟ୍ରକ ଯୋଗାଇ ଦେଉଛୁ ବୋଲି ସେ କହିଛନ୍ତିି।

Leave A Reply