୨୦ରୁ ଟ୍ରକ୍‌ ଧର୍ମଘଟ

0

ଭୁବନେଶ୍ବର: ଛଅ ଦଫା ଦାବି ନେଇ ଶୁକ୍ରବାରଠାରୁ ଦେଶବ୍ୟାପୀ ଆରମ୍ଭ ହେବାକୁ ଯାଉଛି ଅନିର୍ଦ୍ଦିଷ୍ଟକାଳ ଟ୍ରକ ଧର୍ମଘଟ ା ଅଖିଳ ଭାରତୀୟ ​ମୋଟର ପରିବହନ କଂଗ୍ରେସ (ଏଆଇଏମ୍‌ଟିସି) ପକ୍ଷରୁ ‘ଚକା ଜାମ୍‌’ ନାମରେ ଡାକରା ଦିଆଯାଇଥିବା ଏହି ଧର୍ମଘଟ​‌େ​‌ର ଦେଶବ୍ୟାପୀ ୯୩ ଲକ୍ଷ ଟ୍ରକ ସାମିଲ ହେ​ବେ ା ତେବେ ଓଡ଼ିଶାରୁ ଧର୍ମଘଟରେ ପ୍ରାୟ ୨ ଲକ୍ଷ ଟ୍ରକ
ସାମିଲ ହେବାକୁ ଥିବା ରାଜ୍ୟ ଟ୍ରକ ମାଲିକ ମହାସଂଘର ସାଧାରଣ ସମ୍ପାଦକ ରବି ନାରାୟଣ ଶତପଥୀ କହିଛନ୍ତି ା ସରକାରଙ୍କ ପକ୍ଷରୁ ଗ୍ରହଣ କରାଯାଇଥିବା ବିଭିନ୍ନ ପଦକ୍ଷେପକୁ ବିରୋଧ କରି ସଂଘ ଏହି ଧର୍ମଘଟ କରିବାକୁ ଯାଉଛି ା ସଂଘ ମୁଖ୍ୟତଃ ଟୋଲ୍‌ ଗେଟ୍‌ ଉଚ୍ଛେଦ କରିବା, ଡି​‌େ​‌ଜଲ୍‌ ମୂଲ୍ୟରେ ହ୍ରାସ ଏବଂ ତୃତୀୟ ପକ୍ଷ ବୀମା ପ୍ରିମିୟମ୍‌ରେ ହ୍ରାସ ଘଟାଇବା ନେଇ ଦାବି କରିଛି ା ଶ୍ରୀ ଶତପଥୀଙ୍କ କହିବାନୁଯାୟୀ, ପ୍ରତି ୬୦ କି.ମି.ରେ ​‌େ​‌ଗାଟିଏ ଟୋଲ୍‌ ଗେଟ୍‌ ରହିବା ଦ୍ବାରା ମାଲ ପରିବହନରେ ସମସ୍ୟା ସହ ଅଧିକ ଡିଜେଲ ଅପଚୟ ହେଉଛି ା ତେଣୁ ସରକାର ଟୋଲ୍‌ ଗେଟ୍‌ ଉଚ୍ଛେଦ କରି ବିକଳ୍ପ ଭାବେ ଟିକସ ଆଦାୟ କରନ୍ତୁ ା ଏମିତିକି ସରକାର ଟୋଲ୍‌ ପରମିଟ୍‌ ବ୍ୟବସ୍ଥା ଆରମ୍ଭ କରି ବାର୍ଷିକ ଭିତ୍ତିରେ ଟିକସ ନେଇପାରିବେ ା ଏହାଛଡା ସରକାର ଡିଜେଲ ମୂଲ୍ୟରେ ହ୍ରାସ ଘଟାଇବା ସହ ଏହାକୁ ଦ୍ରବ୍ୟ ଏବଂ ସେବା ଟିକସ (ଜିଏସ୍‌ଟି) ପରିସରଭୁକ୍ତ କରନ୍ତୁ ା ​‌େ​ଶଷରେ ସରକାର ବୀମା ପ୍ରିମିୟମ୍‌ ଉପରେ ଯେଉଁ ୧୮% ଜିଏସ୍‌ଟି ନେଉଛନ୍ତି ତାହାକୁ ଛାଡ କରିବାକୁ ସଂଘ ଦାବି କରିଛି ା ଓଡ଼ିଶାର ସମସ୍ତ ଟ୍ରକ ଧର୍ମଘଟ ଦିନ ପରିବହନ କାର୍ୟ୍ୟ ବନ୍ଦ କରିବ ବୋଲି ଶ୍ରୀ ଶତପଥୀ କହିଛନ୍ତି।

Leave A Reply