ଗୁଟଖା ଓ ପାନ ମସଲା ଭର୍ତି ଟ୍ରକ ଜବତ,୨ ଗିରଫ

ରାୟଗଡ଼ା : ରାୟଗଡ଼ାରୁ ଏକ ଗୁଟଖା ଓ ପାନ ମସଲା ଭର୍ତି ଟ୍ରକ ଚାନ୍ଦିଲି ପୁଲିସ ଜବତ କରିଥିବା ସୋମବାର ଜଣାପଡ଼ିଛି।ଜବତ ଗୁଟଖା ଓ ପାନ ମସଲାର ଆନୁମାନିକ ମୂଲ୍ୟ ୪୫ ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। ସମ୍ପୃକ୍ତ ଘଟଣାରେ ଟ୍ରକ ଚାଳକ ଓ ହେଲପରକୁ ଗିରଫ କରାଯାଇଛି। ଜବତ ହୋଇଥିବା ଟ୍ରକଟି ଦିଲ୍ଲୀରୁ ରାୟଗଡ଼ା ଚାଲାଣ ହେଉଥିବା ବେଳେ ଧରାପଡ଼ିଥିବା ନେଇ ସୂଚନା ମିଳିଛି।

Comments are closed.