ଦିବଂଗତ ଟ୍ରକ୍ ମାଲିକଙ୍କ ପରିବାରକୁ ଏକ ଲକ୍ଷ ଟଙ୍କା ସହାୟତା ଦେଲା ଜିଲ୍ଲା ଟ୍ରକ୍ ମାଲିକ ସଂଘ

ପାଟଣା :  ଘଟଗାଁ ବ୍ଲକ ଅନ୍ତର୍ଗତ ଦୁବୁଲାବେଡା ଗ୍ରାମର ଦିବଂଗତ ଟ୍ରକ୍ ମାଲିକ ତ୍ରିଲୋଚନ ମହାନ୍ତ (୪୭) ଙ୍କ ପରିବାରକୁ କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଆଜି ଏକ ଲକ୍ଷ ଟଙ୍କାର ସହାୟତା ରାଶି ପ୍ରଦାନ କରାଯାଇଛି । ସୂଚନା ଯୋଗ୍ୟ ଯେ ମଧୁମେହ ସହ ଦୁରାରୋଗ୍ୟରେ ପୀଡ଼ିତ ହୋଇ ଗତ ଜୁଲାଇ ୧୩ ତାରିଖରେ ତ୍ରିଲୋଚନଙ୍କ ଅକାଳ ବିୟୋଗ ଘଟିଥିଲା । ଆଜି କେନ୍ଦୁଝର ଜିଲା ଟ୍ରକ ମାଲିକ ସଂଘର ସାଧାରଣ ସମ୍ପାଦକ ସୂର୍ଯ୍ୟ ନାରାୟଣ କର, ସହ ସମ୍ପାଦକ ଦେବୁ ପଟ୍ଟନାୟକ, ଢେଙ୍କିକୋଟ ଇ.ବି ସଦସ୍ୟ ବିଜୟ କୁମାର ସାହୁ, କେନ୍ଦୁଝର ଇ.ବି ସଦସ୍ୟ ବିଜୟ କୁମାର ବାରିକ, ଇ.ବି ସଦସ୍ୟ ସୁନିଲ କୁମାର ବାରିକ ଓ ଦେବିପ୍ରସାଦ ପୃଷ୍ଟି ,ଟ୍ରକ ମାଲିକ ଏମ.ଡି ସାହିଦ , ବିଜୟ କୁମାର ପାଲ , ଗୌର ମହାନ୍ତ, ଅନିଲ କୁମାର ମହାନ୍ତ ଓ ପ୍ରଦୀପ କୁମାର ପଣ୍ଡା ପ୍ରମୁଖ ଦୁବୁଲାବେଡା ଗ୍ରାମକୁ ଯାଇ ଦିବଂଗତ ଟ୍ରକ୍ ମାଲିକ ତ୍ରିଲୋଚନଙ୍କ ପତ୍ନୀ ଗୁଣବତି ମହାନ୍ତ ଓ ପୁତ୍ର ରଞ୍ଜନ ମହାନ୍ତଙ୍କୁ ସଂଘ ତରଫରୁ ଏକ ଲକ୍ଷ ଟଙ୍କା ସହାୟତା ରାଶିର ଚେକ୍ ପ୍ରଦାନ କରିଛନ୍ତି।

Comments are closed.