ଭାରସାମ୍ୟ ହରାଇ ଓଲଟିଲା ଚୂନ ବୋଝେଇ ଟ୍ରକ୍: ରାସ୍ତା ଜାମ୍ ଯୋଗୁଁ ଟ୍ରାଫିକ୍‌ ସମସ୍ୟା

ରେଙ୍ଗାଲି : ସମ୍ବଲପୁର ରୁ ରାଉରକେଲା କୁ ସଂଯୋଗ କରୁଥିବା ୧୦ ନମ୍ବର ରାଜ୍ୟ ରାଜପଥର ରେଙ୍ଗାଲି ନିକଟରେ ଥିବା ସାଲେପଡା ଛକରେ ଆଜି ସନ୍ଧ୍ୟା ପ୍ରାୟ ୬ଟା ସମୟରେ ଚୂନ ବସ୍ତା ବୋଝେଇ ଟ୍ରକ୍ ଭାରସାମ୍ୟ ହରାଇ ଓଲଟି ପଡିଥିଲା।  ଫଳରେ ରାସ୍ତା ଉପରେ ଚୂନ ବସ୍ତା ଗଦା ହୋଇ ଗୋଟିଏ ପାର୍ଶ୍ବର ରାସ୍ତା ଜାମ୍ ହୋଇଥିବାର ଜଣାପଡିଛି । ରେଙ୍ଗାଲି ପୁଲିସ ଘଟଣାସ୍ଥଳକୁ ପହଞ୍ଚି ଟ୍ରାଫିକ୍ ସମସ୍ୟା ହଟାଇବାର ପ୍ରୟାସ ଆରମ୍ଭ  କରିଥିବାର ଦେଖିବାକୁ ମିଳିଛି। ଟ୍ରକ୍ ଟି ଝାରସୁଗୁଡା ରୁ ସମ୍ବଲପୁର ଅଭିମୁଖେ ଯାଉଥିବା ବେଳେ ଚାଳକ ଗାଡି ଉପରୁ ନିୟନ୍ତ୍ରଣ ହରାଇବା ଫଳରେ ଟ୍ରକ୍ ସାଲେପଡା ଛକର ସିମେଣ୍ଟ ଗୋଲେଇରେ ପିଟି ହୋଇ ଓଲଟି ପଡିଥିଲା। ସୌଭାଗ୍ୟବଶତଃ ଏଥିରେ କେହି ମୃତାହତ ହୋଇନାହାନ୍ତି। ସାଲେପଡା ଛକ ଅଣଓସାରିଆ ଥିବାରୁ ଏଠାରେ ନିୟମିତ ବ୍ୟବଧାନରେ ଛୋଟ ବଡ ଦୁର୍ଘଟଣା ଘଟୁଛି।

Comments are closed.