ରାସ୍ତା କଡରେ ଫସିଲା ଟ୍ରକ 

ପାଟଣା : ୨୦ ନମ୍ବର ଜାତୀୟ ରାଜପଥ ଦିନକୁ ଦିନ ବିଭିନ୍ନ ସମସ୍ଯା ନେଇ ଗତି କରୁଥିବା ବେଳେ ରାସ୍ତାର ଉଭୟ ପାର୍ଶ୍ବର ମାଟି ଧୋଇ ଯାଇଛି। ଫଳରେ ଯାନବାହାନ ଗୁଡିକ ରାସ୍ତା କଡକୁ ଫସି ଯାଉଥିବା ଦେଖିବାକୁ ମିଳିଛି । ଆଜି ଏକ ବାଲି ବୋଝେଇ ଟ୍ରକ କେନ୍ଦୁଝର ଅଭିମୁଖେ ଯାଉଥିବା ସମୟରେ ପିପିଳିଆ ମା ଘାଟିମଙ୍ଗଳା ନିକଟ ହାତୀ ଅଣ୍ଡରପାସ ରାସ୍ତା କଡକୁ ଫସି ଯାଇଛି । ଏହି ଅଣ୍ଡରପାସ ନିକଟରେ ଗୋଟିଏ ରାସ୍ତା ଥିବାରୁ ଦୁଇଟି ଗାଡି ଚାଲିବା କଷ୍ଟକର ହୋଇଥାଏ । ତବେ ଗାଡିଟି ଭାରସାମ୍ଯ ହରାଇ ରାସ୍ତା କଡକୁ ଫସିଯାଇଛି ।

Comments are closed.