ପୋଲ ତଳକୁ ଖସିଲା ଟ୍ରକ

ବଣାଇ : ବଣାଇ ଉପଖଣ୍ଡ ଲହୁଣିପଡ଼ା ଥାନା ଅନ୍ତର୍ଗତ ରାଜ୍ୟ ରାଜପଥରେ ଶୁକ୍ରବାର ସକାଳ ସମୟରେ ଏକ ଟ୍ରକ ପୋଲ ତଳକୁ ଖସି ପଡ଼ଛି।  କଲେଇପୋଷ ପଟୁ ବାରକୋଟ ଅଭିମୁଖେ ଯାଉଥିବା ଟ୍ରକଟି ଭାରସାମ୍ୟ ହରାଇ ମତୁଆଲ ପୋଲ ବାଡ଼ା ଭାଙ୍ଗି ନାଳକୁ ଓଲଟି ପଡ଼ିଥିଲା। ଏଥିରେ ଚାଳକ ଅଳ୍ପକେ ରକ୍ଷା ପାଇଥିବା ଜଣାପଡ଼ିଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରୁଛି।

Comments are closed.