ଟ୍ରକ୍ ଦୁର୍ଘଟଣାରେ ଚାଳକ ଗୁରୁତର

ପାଟଣା : କେନ୍ଦୁଝର ଜିଲା ଘଟଗାଁ ଥାନା ଅନ୍ତର୍ଗତ ୨୦ନମ୍ବର ଜାତୀୟ ରାଜପଥ ପିପିଳିଆ ନିକଟରେ ସୋମବାର ଟ୍ରକ୍ ଦୁର୍ଘଟଣାରେ ଚାଳକ ଗୁରୁତର ହୋଇଥିବା ଜଣାପଡିଛି। ସୂଚନା ମୁତାବକ,  କେନ୍ଦୁଝର ଆଡ଼କୁ ଯାଉଥିବା ଏକ ୧୨ଚକିଆ ଟ୍ରକ୍ ପଛରେ ଏକ ଦୃତଗାମୀ ୧୦ଚକିଆ ଟ୍ରକ୍ ପିଟି ହୋଇଥିଲା। ଫଳରେ ଗାଡି ଭିତରେ  ଥିବା ୧୦ଚକିଆ ଟକର ଚାଳକ ଚାପି ହୋଇ ରହିଥିଲେ । ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଭିତରେ ଚାପି  ହୋଇରହିଥିବା ଚାଳକକୁ ଉଦ୍ଧାର ପାଇଁ ଘଟଗାଁ ଅଗ୍ନିଶମ ବିଭଗକୁ ଖବର ଦେଇଥିଲେ । ଖବର ପାଇ ଘଟଗାଁ ଅଗ୍ନିଶମ ବାହିନୀ ଓ ଏନ୍ ଏଚ୍ ଆଇ କ୍ରେନ ସାହାଯ୍ୟରେ ଗାଡି ଭିତରେ ଚାପି ହୋଇ ରହିଥିବା ଚାଳକକୁ ଉଦ୍ଧାର କରି ଏନ୍.ଏଚ୍ ଆଇ ଆମ୍ଭୁଲାନ୍ସ ଯୋଗେ କେନ୍ଦୁଝର ମୁଖ୍ୟ ଚିକିତ୍ସାଳୟକୁ ନେଇଛନ୍ତି । ଚାଳକ ଜଣଙ୍କ ପୁରୀ ଜିଲା କାକଟପୁର ଅଞ୍ଚଳର ମନୋରଞ୍ଜନ ଲେଙ୍କା ବୋଲି ଜଣାପଡିଥିବା ବେଳେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ଥିବା ଜଣାପଡିଛି ।

Comments are closed.