କଳିଙ୍ଗା ଘାଟିରେ ଓଲଟିଲା ଲୁହା ପାଇପ୍ ବୋଝେଇ ଟ୍ରକ, କଟିଲା ଚାଳକଙ୍କ ଗୋଡ଼

ଗଞ୍ଜାମ : ଗତକାଲି ବିଳମ୍ବିତ ରାତିରେ ଗଞ୍ଜାମ ଓ କନ୍ଧମାଳ ସୀମାନ୍ତ କଳିଙ୍ଗା ଘାଟିରେ ଏକ ମାଲ ବୋଝେଇ ଟ୍ରକ ଦୁର୍ଘଟଣାଗ୍ରସ୍ତ ହୋଇଛି। ଟ୍ରକର ବ୍ରେକ୍ ଫେଲ୍ ହୋଇଯିବ ଫଳରେ ତାହା ଓଲଟିଯାଇଥିଲା। ଟ୍ରକ୍ ଚାଳକ ଆନ୍ଧ୍ରପ୍ରଦେଶ ମାର୍କପୂରର ଜେ ରବି ଏବଂ ହେଲପର ଆନ୍ଧ୍ରପ୍ରଦେଶର ଦୋର୍ନାଲର ଏସ୍ କେ ଖାସିମ୍ ଗୁରୁତର ଭାବେ ଆହତ ହୋଇଛନ୍ତି। ଚାଳକ ରବିଙ୍କ ବାମ ଗୋଡଟି ସମ୍ପୂର୍ଣ କଟିଯାଇଥିବା ବେଳେ ଖାସିମର ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଉଭୟଙ୍କୁ ଭଞ୍ଜନଗର ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ହେବାରୁ ବ୍ରହ୍ମପୁର ବଡ଼ ମେଡ଼ିକାଲକୁ ସ୍ଥାନନ୍ତର କରାଯାଇଛି। ଟ୍ରକଟି ସମ୍ବଲପୁରରୁ ଲୁହା ପାଇପ୍ ବୋଝେଇ କରି ଆନ୍ଧ୍ରପ୍ରଦେଶର ଗର୍ଣାୱରମ୍ ଯାଉଥିବା ଜଣାପଡିଛି।

Comments are closed.