ଟ୍ରକକୁ ଧକ୍କା ଦେଲା ଟ୍ରକ : ଚାଳକ ମୃତ

କେନ୍ଦୁଝର : କେନ୍ଦୁଝର ଟାଉନ ଥାନା ଅନ୍ତର୍ଗତ ଶିରିଶ ପାଳ ନିକଟ ୨୦ ନମ୍ବର ଜାତୀୟ ରାଜପଥ ବାଇପାସ ଠରେ ସୋମବାର ଟ୍ରକକୁ ଧକ୍କା ଦେଇଛି ଟ୍ରକ। ଏହି ଦୁର୍ଘଟଣାରେ ଜଣେ ଟ୍ରକ ଚାଳକଙ୍କ  ମୃତ୍ୟୁ ଘଟିଛି। ମୃତ ଟ୍ରକ ଚାଳକଙ୍କ ନାମ ଜଣାପଡି ନାହିଁ।

ସୂଚନା ଅନୁଯାୟୀ, ଆଜି ସକାଳେ ଏକ ଟ୍ରକ ଖରାପ ହୋଇ ଏନଏଚ – ୨୦ ବାଇପାସର ଡାହାଣ ପାର୍ଶ୍ୱରେ ଠିଆ ହୋଇଥିଲା। ଏହି ସମୟରେ ଅନ୍ୟ ଏକ ଟ୍ରକ ଆସି ଉକ୍ତ ଟ୍ରକ ପଛରେ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ଧକ୍କା ଦେଇଥିବା ଟ୍ରକ ଡ୍ରାଇଭରଙ୍କ ମୃତ୍ୟୁ ଘଟିଥିଲା। ରାସ୍ତାରେ ଠିଆ ହୋଇଥିବା ଟ୍ରକ୍‌ରେ କେହି ନ ଥିବା ଜଣାପଡ଼ିଛି।

Comments are closed.