ଓଲଟି ପଡିଲା କୁକୁଡା ବୋଝେଇ ମିନି ଟ୍ରକ

0

ଗଜପତି : ଏକ କୁକୁଡା ବୋଝେଇ ମିନି ଟ୍ରକ ଓଲଟି ପଡିଛି। ଏହି ଘଟଣା ଗଜବତି ଜିଲା ମୋହନା ଥାନା ଅନ୍ତର୍ଗତ କେନ୍ଦୁଘାଟିରେ ମଙ୍ଗଳବାର ଭୋର ସମୟରେ ଘଟିଛି। ମିନି ଟ୍ରକଟି ଭାରସାମ୍ୟ ହରାଇ ଓଲଟି ପଡିବା ଫଳରେ ଅନେକ କୁକୁଡା ମରିଯାଇଥିବା ଜଣାପଡିଛି। ଗାଡି ଚାଳକ ମଧ୍ୟ ସାମାନ୍ୟ ଆହତ ହୋଇଥିବା ଜଣାପଡିଛି।

ସୂଚନାଯୋଗ୍ୟ ଯେ, ଟ୍ରକଟିରେ ୯୦୦ କୁକୁଡା ନେଇ ବ୍ରହ୍ମପୁରରୁ ରାୟଗଡା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମିନି ଟ୍ରକକୁ ଜବତ କରିବା ସହ ଘଟଣାର ତଦନ୍ତ ଆରମ୍ଭ କରିଛି। ତେବେ​‌ ଅନ୍ୟପଟେ ସ୍ଥାନୀୟ ଲୋକମାନେ ଦୁର୍ଘଟଣାଗ୍ରସ୍ତ ମିନି ଟ୍ରକରୁ କୁକୁଡା ନେଇଯାଇଥିବାର ଦେଖିବାକୁ ମିଳିଛି।

Leave A Reply