ଦ୍ୱାରଶୁଣି ଘାଟିରେ ଟ୍ରକ ଦୁର୍ଘଟଣା, ଦୁଇ ଆହତ

0

ଦ୍ୱାରଶୁଣି: ବାଙ୍ଗିରିପୋଷି ଥାନା ଅନ୍ତର୍ଗତ ଜାତୀୟ ରାଜପଥର ଦ୍ବାରଶୁଣି ଘାଟିରେ ଏକ ସଡକ ଦୁର୍ଘଟଣା ଘଟିଛି। ଏଥିରେ ଟ୍ରକ ଚାଳକ ଓ ଅନ୍ୟ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି। ଦୁର୍ଘଟଣା ଘଟିଥିବା ସ୍ଥାନରେ ବାଙ୍ଗିରିପୋଷି ପୁଲିସ ଓ ଦମକଳବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରିଥିଲେ। ପରେ ସେମାନଙ୍କୁ ବାଙ୍ଗିରିପୋଷି ଗୋଷ୍ଠୀସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି। ପୁଲିସ ତଦନ୍ତ ଆରମ୍ଭ କରିଛି। ସୂଚନାଯୋଗ୍ୟ ଯେ, ରବିବାର ବିଳମ୍ବିତ ରାତିରେ ଟ୍ରକଟି ନାସିକରୁ କଲିକତା ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଥିଲା।

Leave A Reply