ଟ୍ରକ ଧକ୍କାରେ ଜଣେ ଗୁରୁତର

ପାପଡାହାଣ୍ଡି: ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ସଦର ମହକୁମାର ରାମନବମି ଛକରେ ଦୁର୍ଘଟଣା । ଶୁକ୍ରବାର ସନ୍ଧ୍ୟାରେ ଟ୍ରକ ଧକ୍କାରେ ଜଣେ ଗୁରୁତର ହୋଇଛନ୍ତି । ତାଙ୍କୁ ପାପଡାହାଣ୍ଡି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସୂଚନା ମୁତାବକ ଟ୍ରକ ନଂ OD 24C 5288 ନୀଳଗିରିରୁ କାଠ ଲୋଡକରି ରାଇଘରରୁ ଭବାନୀପାଟଣା ରାସ୍ତାଆଡ଼କୁ ଯିବା ସମୟରେ ଛକରେ ଲଚମନ ଛିଡା ହୋଇଥିଲେ, ଏହି ସମୟରେ ଏକ ବୁଲା ଷଣ୍ଢ ଲଚମନଙ୍କୁ ପଛପଟୁ ଠେଲି ଦେବା ଯୋଗୁ ଲଚମନଙ୍କ ଡାହାଣ ଗୋଡ଼ ଟ୍ରକ ଚକ ତଳେ ପଡିଯାଇଥିଲା । ତାଙ୍କର ଗୋଡ଼ରେ ଗଭୀର ଆଘାତ ଲାଗିଛି । ଖବର ପାଇ ପାପଡାହାଣ୍ଡି ପୋଲିସ ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଗୁରୁତର ଲଚମନ କୁ ନବରଙ୍ଗପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଛି ।

Comments are closed.