ଦୁର୍ଘଟଣାରେ ଟ୍ରକ ଚାଳକ ଗୁରୁତର

ଗୁରୁଡିଝାଟିଆ: ୫୫ନଂ ଜାତୀୟ ରାଜପଥର ସୀତାରାମପୁର ହନୁମାନ ମନ୍ଦିର ନିକଟରେ ଟ୍ରକ ଦୁର୍ଘଟଣା ଯୋଗୁଁ ଚାଳକ ଗୁରୁତର ହୋଇଛି। ଗୁୁରୁତର ଚାଳକକୁ ଚିକିତ୍ସାପାଇଁ ବଡ ଡାକ୍ତରଖାନାକୁ ପଠାଯାଇଛି। ତାର ଗୋଡରେ ଗୁରୁତର ଆଘାତ ଲାଗିଛି। ଆଜି ପ୍ରାୟ ୧୨ଟା ସମୟରେ ଢେଙ୍କାନାଳ ପାର୍ଶ୍ବରୁ କଟକ ଆସୁଥିବା ଏକ ହାଇୱା ରାସ୍ତାରେ ଛିଡା ହୋଇଥିବା ଏକ ଟ୍ରକକୁ ପଛରୁ ଧକ୍କା ଦେଇଥିଲା। ଫଳରେ ହାଇୱା ଚାଳକ ଗୁରୁତର ହୋଇଯାଇଥିଲା। ସ୍ଥାନୀୟ ଲୋକମାନେ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଗୁରୁଡିଝାଟିଆ ପୋଲିସ ଉପସ୍ଥିତିରେ ଡ୍ରାଇଭରକୁ ବାହାର କରି ଚିକିତ୍ସାଳୟ ପଠାଇଥିଲେ। ଟ୍ରକଚାଳକର ପରିଚୟ ମିଳିନଥିବା ପୋଲିସ ସୁତ୍ରରୁ ପ୍ରକାଶ।

Comments are closed.