ଜାତୀୟ ରାଜପଥରେ ଶୁଖୁଆ ବୋଝେଇ ଟ୍ରକ ଓଲଟି ୧ ଗୁରୁତର

ବୌଦ୍ଧ : ଖୋର୍ଦ୍ଧା ବଲାଙ୍ଗୀର ଜାତୀୟ ରାଜପଥର ବୌଦ୍ଧ ବ୍ଲକ ଅନ୍ତର୍ଗତ ତେଲିବନ୍ଧ ଛକଠାରେ ଏକ ଶୁଖୁଆ ବୋଝେଇ ଟ୍ରକ ଜାତୀୟ ରାଜପଥ ଉପରେ ଓଲଟି ପଡିଥିବା ଜଣାଯାଇଛି।

ମିଳିଥିବା ସୂଚନା ମୁତାବକ, ଶୁକ୍ରବାର ଅପରାହ୍ନରେ ସୁବର୍ଣ୍ଣପୁର ପଟରୁ ବୌଦ୍ଧ ଆଡକୁ ଆସୁଥିବା ଏକ ମିନିଟ୍ରକର ଆଗଚକ ଫାଟିଯିବା ଯୋଗୁଁ ଭାରସାମ୍ୟ ରକ୍ଷା କରି ନ ପାରି ରାସ୍ତା ଉପରେ ଓଲଟି ପଡିଥିଲା। ଦୁର୍ଘଟଣାରେ ଗାଡିର ଡ୍ରାଇଭର ଗୁରୁତର ଆହତ ହୋଇଥିବା ବେଳେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ତାଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ ବୌଦ୍ଧ ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ।

Comments are closed.