ଦୁଇ ଟ୍ରକ୍ ମୁହାଁ ମୁହିଁ ଧକ୍କା; ୪ ଗୁରୁତର

ପାଟଣା : ଢିଙ୍କିକୋଟ ଫାଣ୍ଡି ଅନ୍ତର୍ଗତ  ୨୦ ନଂ ଜାତୀୟ ରାଜପଥ ପିପିଳିଆ ନିକଟରେ ଗତକାଲି ବିଳମ୍ବିତ ରାତିରେ ଦୁଇ ଟ୍ରକ୍ ମଧ୍ୟରେ ଧକ୍କା ହୋଇଥିଲା  । ଦୁର୍ଘଟଣାରେ ଦୁଇ ଟ୍ରକର ଡ଼୍ରାଇଭର ଓ ହେଲପର ଗୁରୁତର ହୋଇଥିଲେ । ଗୁରୁତରମାନଙ୍କୁ ଚିକିତ୍ସା ପାଇଁ ଡ଼ାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସୂଚନା ଅନୁସାରେ, ଯୋଡା ଅଭିମୁଖେ ଯାଉଥିବା ଏକ ଟ୍ରକ୍ ଏବଂ ପାରାଦ୍ବୀପ ଅଭିମୁଖେ ଲୁହାପଥର ବୋଝେଇ କରି ଯାଉଥିବା ଆଉ ଏକ ଟ୍ରକ୍ ଯାଉଥିବାବେଳେ ଭାରସାମ୍ୟ ହରାଇ ଦୁର୍ଘଟଣା ଘଟିଥିଲା। ଦୁଇ ଟ୍ରକର ଡ୍ରାଇଭର ଓ ହେଲପରଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଛି । ଖବର ପାଇ ଢେଙ୍କିକୋଟ ଫାଣ୍ଡି ଅଧିକାରୀ ସତ୍ୟନାରାୟଣ ପରିଡା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ ।

Comments are closed.