ଟ୍ରକ ଧର୍ମଘଟ ପ୍ରତ୍ୟାହୃତ

0

ନୂଆଦିଲ୍ଲୀ : ସର୍ବଭାରତୀୟ ମୋଟର ପରିବହନ କଂଗ୍ରେସ ଟ୍ରକ ଧର୍ମଘଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ସରକାରଙ୍କ ଅନୁରୋଧ ପରେ ପରିବହନ କଂଗ୍ରେସ ନିଜର ଧର୍ମଘଟ ପ୍ରତ୍ୟାହାର କରିବାକୁ ନିଷ୍ପତ୍ତି ନେଇଛି। ଏ ସଂପର୍କରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନିତୀନ ଗଡକରୀ ଟୁଇଟ୍ କରି ଜଣାଇଛନ୍ତି।

ଶ୍ରୀ  ଗଡକରୀ ଏହାକୁ ଏକ ଉଚିତ ଓ ସଠିକ୍‍ ପଦକ୍ଷେପ ବୋଲି କହିଛନ୍ତି। ସରକାର ପରିବହନକାରୀଙ୍କ ଦାବି ପ୍ରତି ସମ୍ବେଦନଶୀଳ ଅଛନ୍ତି। ସରକାର ପ୍ରଥମରୁ କେତେକ ଦାବି ମାନି ନେଇଛନ୍ତି। ଅନ୍ୟ ଦାବିଗୁଡିକ ଉପରେ ବିଚାର-ବିମର୍ଶ କରିବା ପାଇଁ ଉଚ୍ଚସ୍ତରୀୟ କମିଟି ଗଠନ କରିଛନ୍ତି। ପରେ ଏକ ମିଳିତ ପ୍ରେସ ବିଜ୍ଞପ୍ତି ଜାରି କରାଯାଇଛି।

Leave A Reply