ରାସ୍ତା ଉପରେ ଜଳିଗଲା ଟ୍ରକ

0

ଅନୁଗୁଳ: ଅନୁଗୁଳ ଜିଲା ପାଲଲହଡା ଥାନା ୧୪୯ ନମ୍ବର ଜାତୀୟ ରାଜପଥ ଖେମଳା ନିକଟରେ ଚଳନ୍ତା ଟ୍ରକରେ ନିଆଁ ଲାଗି ଯାଇଛି। ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁଯାୟୀ, ଶନିବାର ସକାଳୁ ଏକ ମାଲବାହୀ ଟ୍ରକ ଦ୍ରୁତ ବେଗରେ ଯାଉଥିବାବେଳେ ଟାୟାରରୁ ନିଆଁ ବାହାରି ସମ୍ପୂର୍ଣ ଗାଡିରେ ନିଆଁ ଲାଗିଯାଇଥିଲା। କିନ୍ତୁ ପ୍ରକୃତ କାରଣ ଅସ୍ପଷ୍ଟ ରହିଛି । ଖବର ପାଇ ପାଲଲହଡା ଦମକଳ ବିଭାଗ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ କରିଥିଲେ। ଟ୍ରକଟି ପ୍ରାୟ ୫୦ ପ୍ରତିଶତ ଜଳିଯାଇଛି। ଟ୍ରକଟି କେନ୍ଦୁଝରରୁ ଆଇରନ ପଥର ବୋଝେଇ ହୋଇ ଅନୁଗୁଳ ଅଭିମୁଖେ ଯାଉଥିବା ଜଣାପଡିଛି। ଟ୍ରକ ଡ୍ରାଇଭର ଓ ହେଲପର ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଖମାର ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ଅଧିକ ତଦନ୍ତ ଚଳାଇଛି।

Leave A Reply