କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ବିରୋଧରେ ଗିରଫ ପରୱାନା

ତିରୁଅନନ୍ତପୁରମ୍‌: ନିଜର ଏକ ପୁସ୍ତକରେ ହିନ୍ଦୁ ମହିଳାଙ୍କ ସମ୍ପର୍କରେ ଆପତ୍ତିଜନକ ତଥ୍ୟ ଉଲ୍ଲେଖ କରିଥିବା ଅଭିଯୋଗରେ ତିରୁଅନନ୍ତପୁରମ୍‌ ଅଦାଲତ କଂଗ୍ରେସ ସାଂସଦ ଶଶୀ ଥରୁରଙ୍କ ବିରୋଧରେ ଗିରଫ ପରୱାନା ଜାରି କରିଛନ୍ତି। ଏହା ପୂର୍ବରୁ ଥରୁର କୋଝିକୋଡ଼ରେ ହେବାକୁ ଥିବା ପ୍ରଦର୍ଶନକୁ ନେଇ ଏକ ଟ୍ଵିଟ୍ କରିଥିଲେ, ଯେଉଁଥିରେ ପାକ୍ ଅଧିକୃତ କାଶ୍ମୀର(ପିଓକେ) ଓ ଅକ୍ସାଇ ଚୀନକୁ ଭାରତର ଅଂଶ ଦର୍ଶାଇନଥିଲେ। ଟ୍ୟୁଟରରେ ଏହି ତ୍ରୁଟିପୂର୍ଣ୍ଣ ଭାରତ ମାନଚିତ୍ର ପୋଷ୍ଟ କରି କଂଗ୍ରେସର ଏହି ବରିଷ୍ଠ ନେତା ସମାଲୋଚିତ ହୋଇଥିଲେ।

 

 

Comments
Loading...