ମୋଦୀ ପହଞ୍ଚିବା ପୂର୍ବରୁ ବିସ୍କେକରେ ଓଲଟା ଉଡ଼ିଲା ତ୍ରିରଙ୍ଗା

ବିସ୍କେକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗୁରୁବାର କିର୍ଗିଜସ୍ତାନର ରାଜଧାନୀ ବିସ୍କେକ ଗସ୍ତ କରିଛନ୍ତି। ସେଠାରେ ହେବାକୁ ଥିବା ଏସସିଓ(ସାଙ୍ଘାଇ ସହଯୋଗ ସଂଗଠନ) ସମ୍ମିଳନୀରେ ମୋଦୀ ଯୋଗଦେବେ। ତେବେ ମୋଦୀ ବିସ୍କେକରେ ପହଞ୍ଚିବା ପୂର୍ବରୁ ଏକ ଅପ୍ରୀତିକର ଦୃଶ୍ୟ ଦେଖିବାକୁ ମିଳିଛି। ସମ୍ମିଳନୀ ପାଇଁ ବିସ୍କେକରେ ରାସ୍ତାପାର୍ଶ୍ଵରେ ବିଭିନ୍ନ ରାଷ୍ଟ୍ରର ପତାକା ଲଗାଯାଇଥିଲା। ସେଥିରେ ଭାରତର ଜାତୀୟ ପତାକା ତ୍ରିରଙ୍ଗା ମଧ୍ୟ ରହିଥିଲା। କିନ୍ତୁ ତ୍ରିରଙ୍ଗା ଓଲଟା ଲଗାଯାଇଥିବା ଦେଖିବାକୁ ମିଳିଥିଲା। ଯେଉଁ ତ୍ରିରଙ୍ଗା ଲଗାଯାଇଥିଲା ସେଥିରେ ଉପରେ ସବୁଜ ଏବଂ ତଳେ ନାରଙ୍ଗୀ ରଙ୍ଗ ରହିଥିବା ଦେଖାଯାଇଥିଲା। କିନ୍ତୁ ତ୍ରିରଙ୍ଗାରେ ଉପରେ ନାରଙ୍ଗୀ ଏବଂ ତଳେ ସବୁଜ ରଙ୍ଗ ରହିବା କଥା। ବିସ୍କେକରେ ପଢ଼ୁଥିବା କିଛି ଭାରତୀୟ ଛାତ୍ର ପ୍ରଥମେ ଏହା ଦେଖି ସ୍ଥାନୀୟ ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ। ଏହା ପରେ ପ୍ରଶାସନ ନିଜ ତ୍ରୁଟି ସୁଧାରି ଠିକ୍‌ ଭାବେ ତ୍ରିରଙ୍ଗା ଲଗାଇଥିଲା।

Comments are closed.