ଶିକ୍ଷୟିତ୍ରୀଙ୍କ ଜଳନ୍ତା ମୃତଦେହ ଉଦ୍ଧାର : ବଳାତ୍କାର ପରେ ହତ୍ୟା ସନ୍ଦେହ, ଜଣେ ଗିରଫ

ତ୍ରିପୁରା : ପଶ୍ଚିମ ତ୍ରିପୁରା ଜିଲାରେ ଶୁକ୍ରବାର ଏକ ଚାଷ ଜମିରୁ ଜଣେ ଶିକ୍ଷୟିତ୍ରୀଙ୍କ ଜଳନ୍ତା ମୃତଦେହ ଉଦ୍ଧାର କରାଯାଇଛି। ଏନେଇ ମୃତ ଶିକ୍ଷୟିତ୍ରୀଙ୍କ ପରିବାର ପକ୍ଷରୁ ବଳାତ୍କାର ପରେ ହତ୍ୟା କରାଯାଇଥିବା ଥାନାରେ ଅଭିଯୋଗ କରିଛନ୍ତି। ଏହି ମାମଲାରେ ପୁଲିସ ଜଣେ ଯୁବକଙ୍କୁ ଗିରଫ କରିଛି।
ପୁଲିସ ସୂତ୍ର ଅନୁଯାୟୀ, ଉକ୍ତ ଶିକ୍ଷୟିତ୍ରୀ ଜଣଙ୍କ ଗୁରୁବାର ଦିନ ଘରୁ ବଜାରକୁ ଯାଇଥିଲେ। ଏହାର କିଛି ସମୟ ପରେ ମୃତ ଶିକ୍ଷୟିତ୍ରୀଙ୍କର ଜଣେ ବନ୍ଧୁ ତାଙ୍କ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ ଯେ, କିଛି ଯୁବକ ଶିକ୍ଷୟିତ୍ରୀଙ୍କୁ ଜବରଦସ୍ତ ଉଠାଇ ନେଇଛନ୍ତି। ଖବର ପାଇ ପରିବାର ଲୋକେ ତୁରନ୍ତ ପୁଲିସକୁ ସୂଚନା ଦେଇଥିଲେ। ପୁଲିସ୍ ଖୋଜା ଖୋଜି କଲେ ମଧ୍ୟ ଶିକ୍ଷୟିତ୍ରୀଙ୍କର କୌଣସି ସନ୍ଧାନ ମିଳିନଥିଲା। ଶେଷରେ ଶୁକ୍ରବାର ସକାଳେ ଧାନ କ୍ଷେତରୁ ତାଙ୍କ ଜଳନ୍ତା ମୃତଦେହ ଉଦ୍ଧାର କରାଯାଇଥିଲା।

Comments
Loading...