ତ୍ରିପୁରାରେ ପୌର ଉପନିର୍ବାଚନରେ ବିଜେପିର ବିପୁଳ ବିଜୟ

0

ଅଗରତାଲା : ତ୍ରିପୁରାରେ ଅନୁଷ୍ଠିତ ପୌର ଉପନିର୍ବାଚନରେ ବିଜେପିର ବିପୁଳ ବିଜୟ ହାସଲ କରିଛି। ସମୁଦାୟ ୬୭ଟି ଆସନ ମଧ୍ୟରୁ ବିଜେପି ୬୬ଟି ଆସନ ଜିତି ରେକର୍ଡ କରିଛି। ୪୯ ସଦସ୍ୟ ବିଶିଷ୍ଟ ଅଗରତାଲା ପୌରନିଗମର ସମସ୍ତ ୪ଟିଯାକ ୱାର୍ଡରେ ବିଜେପି ପ୍ରାର୍ଥୀମାନେ ବିଜୟୀ ହୋଇଥିବା ବେଳେ ଦୁଇ ବିରୋଧୀଦଳ ସିପିଏମ୍‍ ଓ କଂଗ୍ରେସ ବହୁ ପଛରେ ରହିଥିବା ଜଣାପଡ଼ିଛି । ଏହି ବିଜୟ ସହିତ ବିଜେପି ରାଜ୍ୟର ୧୧ଟି ଯାକ ପୌର ସଂସ୍ଥାରେ ପରିଷଦ ଗଠନ କରି ନିଜ ଅଧିନକୁ ନେଇଛି।

ତ୍ରିପୁରା ରାଜ୍ୟ ନିର୍ବାଚନ କମିଶନ ଫଳାଫଳ ଘୋଷଣା କରିଛନ୍ତି। ଗତ ଗୁରୁବାର ଦିନ ଅନୁଷ୍ଠିତ ଉପନିର୍ବାଚନରେ ୮୧. ୩୬ ପ୍ରତିଶତ ମତଦାନ ହୋଇଥିଲା।

Leave A Reply