ଶିଳ୍ପ ବଦଳରେ ଗୋପାଳନକୁ ତ୍ରିପୁରା ମୁଖ୍ୟମନ୍ତ୍ରୀଙ୍କ ଗୁରୁତ୍ୱ

0

ଅଗରତାଲା : ତ୍ରିପୁରା ମୁଖ୍ୟମନ୍ତ୍ରୀ ବିପ୍ଳବ ଦେବ ପୁଣି ଥରେ ବିବାଦୀୟ ବୟାନକୁ ନେଇ ଚର୍ଚ୍ଚାକୁ ଆସିଛନ୍ତି। ସେ ଶିଳ୍ପ ବଦଳରେ ଗୋପାଳନକୁ ଗୁରୁତ୍ୱ ଦେଇଛନ୍ତି। ଏହି କ୍ରମରେ ସେ ରାଜ୍ୟର ୫,୦୦୦ ପରିବାରକୁ ଗାଈ ବାଣ୍ଟିବେ ବୋଲି ରବିବାର ଘୋଷଣା କରିଛନ୍ତି।
ତ୍ରିପୁରା କୃଷକ ମୋର୍ଚ୍ଚାର କାର୍ଯ୍ୟକାରୀ ବୈଠକରେ ଉଦ୍‍ବୋଧନ ଦେଇ ବିପ୍ଳବ ଦେବ କହିଛନ୍ତି ଯେ ରାଜ୍ୟର ୫,୦୦୦ ପରିବାରକୁ ବ୍ୟାଙ୍କ ଋଣ ମାଧ୍ୟମରେ ଗାଈ ବଣ୍ଟନ କରାଯିବ। ଏହି ଋଣର ସୁଧ ରାଜ୍ୟ ସରକାର ଭରଣା କରିବେ। ଏହାସହ ସେ କହିଥିଲେ ଯେ ବଡ଼ ଶିଳ୍ପ ପ୍ରତିଷ୍ଠା କରିବା ପାଇଁ ୧୦,୦୦୦ କୋଟି ଟଙ୍କା ଖର୍ଚ୍ଚ କରିବାକୁ ପଡ଼ିବ। ଏଥିରେ ମାତ୍ର ୨୦୦୦ ଲୋକ ନିଯୁକ୍ତି ପାଇବେ। ଏହାବଦଳରେ ୫,୦୦୦ ପରିବାରକୁ ୧୦,୦୦୦ ଗାଈ ଦିଆଗଲେ ସେମାନେ ମାତ୍ର ୬ ମାସରେ ରୋଜଗାର ଆରମ୍ଭ କରିବେ। ଏପରିକି ସେ ମୁଖ୍ୟମନ୍ତ୍ରୀ ଆବାସରେ ଗୋପାଳନ କରିବେ ଓ ଦୁଗ୍ଧ ନିଜେ ସେବନ କରିବେ ବୋଲି କହିଛନ୍ତି।
ଶିଳ୍ପକୁ ଗୋପାଳନ ସହ ତୁଳନା କରୁଥିବାରୁ ବିପ୍ଳବ ଦେବଙ୍କୁ କଂଗ୍ରେସ ପକ୍ଷରୁ କଡ଼ା ସମାଲୋଚନା କରାଯାଇଛି।

Leave A Reply