ରାଜ୍ୟସଭାରେ ଉପସ୍ଥାପିତ ହେବ ତିନି ତଲାକ୍‍ ବିଲ୍‍

0

ନୂଆଦିଲ୍ଲୀ : ତିନି ତଲାକ୍‍ ବା ମୁସଲମାନ ମହିଳା (ବିବାହ ସୁରକ୍ଷା ଅଧିକାର) ବିଲ୍‍ ସୋମବାର ରାଜ୍ୟସଭାରେ ଉପସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି । ଗତ ଗୁରୁବାର ବିରୋଧୀ ସଦସ୍ୟଙ୍କ କକ୍ଷତ୍ୟାଗ ସତ୍ତ୍ବେ ଏହା ଲୋକସଭାରେ ଗୃହିତ ହୋଇଥିଲା। ଏହି ବିଲ, ତତ୍କାଳ ତିନି ତଲାକ୍‍କୁ ଅସିଦ୍ଧ ଓ ବେଆଇନ୍‍ ଘୋଷଣା କରିଛି। ଏହି ବିଲ୍‍ ରେ ତିନି ତଲାକ୍‍ ଆଇନ୍‍ ଅମାନ୍ୟ କରୁଥିବା ବ୍ୟକ୍ତିକୁ ତିନିବର୍ଷ ପର୍ଯ୍ୟନ୍ତ ଜେଲଦଣ୍ଡର ବ୍ୟବସ୍ଥା ରହିବ।
ଆଇନ୍‍ ମନ୍ତ୍ରୀ ରବିଶଙ୍କର ପ୍ରସାଦ ଏହି ବିଲ୍‍ ଉପସ୍ଥାପନ କରିବେ। ରାଜ୍ୟସଭାରେ ଏହି ବିଲ୍‍କୁ ସମର୍ଥନ ମିଳିବ ବୋଲି ଶ୍ରୀ ପ୍ରସାଦ ଆଶା ବ୍ୟକ୍ତ କରିଛନ୍ତି। ରାଜ୍ୟସଭାରେ ବିଜେପି ନେତୃତ୍ୱାଧୀନ ଏନ୍‍ଡିଏର ସଭ୍ୟ ସଂଖ୍ୟା କମ୍‍ ରହିଛି। ତେବେ ଉଭୟ ବିଜେପି ଓ କଂଗ୍ରେସ ଦଳ ପକ୍ଷରୁ ସମସ୍ତ ସଦସ୍ୟ ଗୃହରେ ଉପସ୍ଥିତ ରହିବା ପାଇଁ ହୁଇପ୍‍ ଜାରି କରାଯାଇଛି। ମୁଖ୍ୟ ବିରୋଧୀ ଦଳ କଂଗ୍ରେସ କହିଛି ବିଲ୍‍କୁ ବର୍ତ୍ତମାନ ସ୍ୱରୂପରେ ଗୃହିତ କରାଇବା ପାଇଁ ତା’ଙ୍କ ଦଳ ସମର୍ଥନ ଦେବ ନାହିଁ।

Leave A Reply