ଗୁଣୁପୁର ଟ୍ରିପଲ ମର୍ଡର ଘଟଣା; ୯ ଜଣଙ୍କୁ ଫାଶୀ ଦଣ୍ଡାଦେଶ

0

ଗୁଣୁପୁର: ରାୟଗଡା ଜିଲା ଗୁଣୁପୁରରେ ଘଟିଥିବା ଟ୍ରିପଲ ମର୍ଡର ଘଟଣାରେ ଆଜି ଶୁଣାଣି ହୋଇଛି । ଗୁଣୁପର ଏଡିଜେଏମ୍ କୋର୍ଟ ୯ ଜଣଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି । ସେମାନେ ହେଲେ ଅଜନ୍ତ ଶବର, ବୁଭୂନା ଶବର, ମାଲୁକୁ ଶବର, ପୋଡନ୍ତୁ ଶବର, ଇରୁ ଶବର, ଲାକିଆ ଶବର, ଡେଗୁନ ଶବର, ଦଶନ୍ତ ଶବର ଓ ଦାଲସା ଶବର । ଏହି ଘଟଣାରେ ଅନ୍ୟ ନାବାଳକ ଅଭିଯୁକ୍ତଙ୍କୁ ଦୋଷୀ ଘୋଷଣା କରାଯାଇଥିଲେ ମଧ୍ୟ ତାଙ୍କୁ ଦଣ୍ଡାଦେଶ ହୋଇ ନାହିଁ ।ସୂଚନାଯୋଗ୍ୟ, ୨୦୧୬ ସେପ୍ଟେମ୍ବର ୧୭ତାରିଖରେ ପୁଟାସିଂ ଥାନା କିପୁମ ଗାଁରେ ଗୁଣି ଗାରେଡି ସନ୍ଦେହରେ ଗୋଟିଏ ପରିବାରର ୩ ଜଣଙ୍କୁ ହତ୍ୟା କରାଯାଇଥିଲା । ଅଭିଯୁକ୍ତମାନେ ବାପା ମା’ ଓ ଝିଅକୁ ଏକ ଗୁହାଳ ଘରେ ବାନ୍ଧି ପିଟିଥିଲେ ଏବଂ ଝିଅ ସହ ଦୁଷ୍କର୍ମ କରିବା ପରେ ବିଷ ଇଞ୍ଜେକସନ୍‌ ଦେଇ ହତ୍ୟା କରିଥିଲେ । ପ୍ରଥମେ ସେମାନଙ୍କ ମୃତଦେହକୁ ପୋତି ଦେଇଥିଲେ ଏବଂ  ପ୍ରମାଣ ନଷ୍ଟ କରିବାକୁ ମୃତ ଦେହ ବାହାର କରି ପୋଡ଼ି ଦେଇଥିଲେ ।

Leave A Reply