ପ୍ରେମ ପାଇଁ ଛୁରାମାଡ଼, ଜଣେ ଅଟକ

ଭୁବନେଶ୍ବର: ପୁଣି ଅଶାନ୍ତ ରାଜଧାନୀ। ସିରିଜ ଲୁଟ ପରେ ପୁଣି ରାଜଧାନୀ ଭୁବନେଶ୍ବରରେ ଛୁରାମାଡ଼ ହୋଇଛି। ଶୈଳଶ୍ରୀବିହାର ଅଞ୍ଚଳରେ ଛୁରାମାଡ଼ରେ ଜଣେ ଯୁବକ ଗୁରୁତର ହୋଇଛି। ଗୁରୁତର ଯୁବକଙ୍କୁ ଚିକିତ୍ସା ପାଇଁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଆକ୍ରମଣ କରିଥିବା ଅଭିଯୁକ୍ତ ଯୁବକକୁ ପୁଲିସ ଥାନାରେ ଅଟକ ରଖି ପଚରାଉଚୁରା ଜାରି ରଖିଛି।

 

ଛୁରାମାଡ଼ରେ ଆହତ ଓ ଅଭିଯୁକ୍ତ ଯୁବକ ଉଭୟ ଇଞ୍ଜିନିୟରିଂ ଛାତ୍ର ବୋଲି ଜଣାପଡ଼ିଛି। ପ୍ରାଥମିକ ତଦନ୍ତଙ୍କୁ ତ୍ରିକୋଣୀୟ ପ୍ରେମ ବ୍ୟାପାରକୁ ନେଇ ଛୁରାମାଡ଼ ହୋଇଥିବା ସୂଚନା ମିଳିଛି।

Comments are closed.