ଶ୍ରାଦ୍ଧବାର୍ଷିକୀରେ ଉତ୍କଳମଣି ଗୋପବନ୍ଧୁଙ୍କୁ ଧର୍ମେନ୍ଦ୍ରଙ୍କ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର :  କେନ୍ଦ୍ର ଶିକ୍ଷା ଓ ଦକ୍ଷତା ବିକାଶ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଶ୍ରାଦ୍ଧବାର୍ଷିକୀରେ ଉତ୍କଳମଣି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଂଜଳି ଜଣାଇଛନ୍ତି ।
ସେ ଟ୍ୱିଟ କରି କହିଛନ୍ତି ଯେ – ସ୍ୱତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ପୁରୋଧା ‘ଉତ୍କଳମଣି’ ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧବାର୍ଷିକୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି । ମହାନ ସ୍ୱାଧୀନତା ସଂଗ୍ରାମୀ, ସେବା ଓ ତ୍ୟାଗର ପ୍ରତୀକ ଗୋପବନ୍ଧୁଙ୍କ “ନର ସେବା ହିଁ ନାରାୟଣ ସେବା” କାଳଜୟୀ ବିଚାର ସର୍ବଦା ଓଡ଼ିଆ ସମାଜକୁ ପ୍ରେରିତ କରିଆସିଛି ।

Comments are closed.