ବରିଷ୍ଠ ସାମ୍ବାଦିକଙ୍କ ବିୟୋଗରେ ଶୋକସଭା

କଣ୍ଟାବାଞି :  ବଲାଙ୍ଗିର ଜିଲ୍ଲା ବରିଷ୍ଠ ସାମ୍ବାଦିକ ତଥା ଓ.ୟୁ.ଜେ.ଇ. ପୂର୍ବତନ ସଭାପତି ଶଙ୍କର ପ୍ରସାଦ ମିଶ୍ର ଅକାଳ ବିୟୋଗରେ ସାମ୍ବାଦିକ ସଂଘ କଣ୍ଟାବାଞ୍ଜି ଦ୍ୱାରା ଏକ ଏକ ଶୋକସଭା ଅନୁଷ୍ଠିତ ହୋଇଯାଇଛି। ଏହି ଶୋକ ସଭାରେ ସ୍ୱର୍ଗତ ମିଶ୍ରଙ୍କ ଅମର ଆତ୍ମାର ସଦଗତି ନିମନ୍ତେ ୨ ମିନିଟ ନିରବ ପ୍ରାର୍ଥନା କରାଯିବା ସହ ଶୋକସନ୍ତପ୍ତ ପରିବାରଙ୍କୁ ସରକାରୀ ସାହାଯ୍ୟ ଯୋଗାଇ ଦେବା ପାଇଁ ଏକ ପ୍ରସ୍ତାବ ଗୃହିତ ହୋଇଥିଲା। ଶୋକସଭାରେ ସଂଘର ସଭାପତି ସୁବାଷ ଚନ୍ଦ୍ର ବେହେରା, କାର୍ଯ୍ୟକାରୀ ସଭାପତି ଜୀବନାନନ୍ଦ ମହାନ୍ତି, ସଂପାଦକ ଗୁରୁଦୟାଲ ହଂସ, ସହ ସଂପାଦକ ଶିବଶଙ୍କର ବାଗ, ବିମଳ ଦାସ, କୃତିକର ବାଗ, ପ୍ରମୋଦ ବେହେରା, ବିନୋଦ ସିଂ, ସମିମ ଖାନ ଓ ଅନ୍ତିମ ପାଣିଗ୍ରାହୀ ଉପସ୍ଥିତ ରହି ସ୍ୱର୍ଗତ ମିଶ୍ରଙ୍କ ସ୍ମୃତିଚାରଣ କରିଥିଲେ।

Comments are closed.