ପୁଲୱାମା ସହିଦଙ୍କୁ ଶ୍ରଦ୍ଧାଞ୍ଜଳି

ଚୌଦ୍ୱାର : ଜାମୁ କାଶ୍ମୀରର ପୁଲୱାମା ଠାରେ ୨୦୧୯ ଫ୍ରେବୃୟାରୀ ୧୪ତାରିଖରେ ଆତଙ୍କବାଦୀ ଆକ୍ରମଣରେ ୪୦ଜଣ ଜବାନ ସହିଦ୍‍ ହୋଇଥିଲେ। ତନ୍ମଧ୍ୟରୁ ଓଡିଶାର ୨ ଜଣ ମଧ୍ୟ ସହିଦ ହୋଇଥିଲେ। ଆଜି ସାରା ଦେଶ ସେମାନଙ୍କୁ ମନେପକାଇ ଶ୍ରଦ୍ଧାଞ୍ଜଳି ଜଣାଉଛି। ଏହି ପରିପ୍ରେକ୍ଷିରେ ଚୌଦ୍ୱାରର ଉଦ୍ଧାର ଫାଉଣ୍ଡେସନ ପକ୍ଷରୁ ବିରାଟ ବଜାର ସ୍ଥିତ ଶାନ୍ତି ପ୍ଲାଜା ନିକଟରେ ବୀର ସହିଦ ମାନଙ୍କୁ ମହମାବତୀ ଜଳାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ସ୍ଥାନୀୟ ଏଆରସି ସୁରକ୍ଷାରେ କାର୍ଯ୍ୟରତ ଆଇଟିବିପି ଜବାନ୍‍, ବିରାଟ ବଜାର କମିଟି ସଦସ୍ୟ ଓ ସ୍ଥାନୀୟ ଅଞ୍ଚଳବାସୀ ସାମିଲ ହୋଇଥିଲେ।ସଂଗଠନର ସଭାପତି ନରୋତ୍ତମ ଦାସ, ବିଶ୍ୱଜିତ୍‍ ବେହେରା, ସାଇକ୍ଲୋନି ସାହୁ, ଉର୍ମଳା ମଲ୍ଲିକ, ରାଜା ମଲ୍ଲିକ, ସାମୁଏଲ ବେହେରାଙ୍କ ସମେତ ସଂଗଠନର କର୍ମକର୍ତ୍ତା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Comments are closed.