କନ୍ଧମାଳ ପୁଲିସ ସହୀଦ ଯବାନଙ୍କୁ ବାଦ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ

ଫୁଲବାଣୀ: ଆଜି କନ୍ଧମାଳ ପୁଲିସ ପକ୍ଷରୁ ଫୁଲବାଣୀ ସଦରମହାକୁମା ଅନ୍ତର୍ଗତ ମାଦୁକୁନ୍ଦାଛକ, ବିଜୁପଟ୍ଟନାୟକ ଛକ, ଗାନ୍ଧୀ ଛକ, ଗୋପବନ୍ଧୁ ଛକ ଏବଂ କୋର୍ଟ ଛକ ଭଳି ୫ଟି ଜନଗହଳି ସ୍ଥାନରେ ପୁଲିସ ବିଭାଗର ସହିଦ ଯବାନମାନଙ୍କ ଉଦ୍ଦେଶ୍ୟରେ ବାଦ୍ୟ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯିବା ସହିତ ସହିଦମାନଙ୍କ ଉଦ୍ଦେଶ୍ୟରେ ସ୍ମୃତି ଚାରଣ କରାଯାଇଛି। ନାରେଙ୍ଗା ମଲ୍ଲିକ, ସହିଦ ସଂଗ୍ରାମ କୁମାର ଲେଙ୍କା, ସହିଦ ସୁନାଶିର ଜାନୀ ଓ ସହିଦ ଉମାକାନ୍ତ ଜାନୀଙ୍କ ସମେତ କୋଭିଡ଼ରେ ପ୍ରାଣ ହରାଇଥିବା ପୁଲିସ୍‍ କର୍ମଚାରୀ ତଥା ଯୋଦ୍ଧା ମହାଜନ୍‍ ପ୍ରଧାନ, ସୁବାଷ ଚନ୍ଦ୍ର ସାହୁ, ଉନେଶ କୁମାର ନାୟକ ଓ ବାଲି କହଁର ପ୍ରମୁଖଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରାଯାଇଛି।

ବିଭିନ୍ନ ସ୍ଥାନରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ କନ୍ଧମାଳ ଆରକ୍ଷୀ ଅଧିକ୍ଷକ ଭିନିତ ଅଗ୍ରୱାଲ ଯୋଗ ଦେଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିବା ସହିତ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ପୁଲିସ ଆରଆଇ ଧର୍ମେନ୍ଦ୍ର ପ୍ରଧାନଙ୍କ ତତ୍ୱାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଜିଲ୍ଲା ପୁଲିସ ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ବିପିନ ବିହାରୀ ବେହେରା, ପ୍ରେବେସନ୍‍ ଆଇପିଏସ ଅଭିନବ ଶଙ୍କର, ଡିଏସପି କୃଷ୍ଣ ପ୍ରସାଦ ପଟ୍ଟନାୟକ, ଆଲବିନଓ କେରକେଟା, ଏସଡିପିଓ ମହେନ୍ଦ୍ରନାଥ ମୁର୍ମୁ, ଇନସ୍ପେକ୍ଟର ତ୍ରିପତି ଚୌଧୁରୀ, ଫୁଲବାଣୀ ଟାଉନ ଥାନା ଅଧିକାରୀ ଶୁସାନ୍ତ କୁମାର ସେଠୀ, ସମୀର କୁମାର ରାଉତଙ୍କ ସମେତ ପୁଲିସ ବ୍ୟାଣ୍ଡ ବାହୀନିର ସମସ୍ତ କର୍ମଚାରୀ ଓ ଅନ୍ୟମାନେ ଯୋଗ ଦେଇ ସହିଦମାନଙ୍କୁ ଶ୍ରଦ୍ଧାଞ୍ଜଳି ପ୍ରଦାନ କରିଥିଲେ।

Comments are closed.