‘ସରଗମ୍’ ଅନୁଷ୍ଠାନ ପକ୍ଷରୁ ଲତା ମଙ୍ଗେସକରଙ୍କ ବିୟୋଗରେ ଶୋକସଭା

ଗୋପାଳପୁର :  ଗୋପାଳପୁରରେ ଥିବା ‘ସରଗମ୍’ ଅନୁଷ୍ଠାନ ପକ୍ଷରୁ ଲତା ମଙ୍ଗେସକରଙ୍କ ବିୟୋଗରେ ଏକ ଶୋକସଭାର ଆୟୋଜନ ସହ ତାଙ୍କ ସ୍ମୃତିରେ ଅନୁଷ୍ଠାନର କଳାକାରଙ୍କ ପକ୍ଷରୁ ସଙ୍ଗୀତ ପରିବେଷଣ କରାଯାଇଥିଲା । ଆୟୋଜିତ କାର୍ଯ୍ୟକ୍ରମରେ ଗୀରୁ ନାରାୟଣ ନାହାକ ସଭାପତିତ୍ବ କରିଥିଲାବେଳେ ମୁଖ୍ୟ ବକ୍ତା ଭାବେ ସଭାପତି ଧୀରେନ୍ଦ୍ର ନାଥ ଉପସ୍ଥିତ ରହି ଲତାଙ୍କ ସ୍ମୃତି ଚାରଣ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଫରିଦ କିରନ ସାରିଫ, ଲିଙ୍ଗରାଜ ପଣ୍ଡା, ଦୀପାଞ୍ଜଳୀ ବସ୍ତରାୟ, ଅଜିତ କୁମାର ନାଆକ, ଋତମା ଲିମା, ଯୋଗେନ୍ଦ୍ର ବସ୍ତରାୟ, ସାହିଲ କୁମାର ନାୟକ, ସୁଶୀଲ କୁମାର ନାୟକ, ସ୍ତବ୍ୟା ସେଠୀ, ସ୍ନେହା ସେଠୀ, ମନସ୍ବିନୀ ଯାଦବ, ପ୍ରତିକା ପଣ୍ଡା, ସବିତା ନାୟକ, ନଳୀନି ସାହୁ, ମଦନମୋହନ ବର୍ମା, ଆଲ୍ଲେସା ସେଠୀ ପ୍ରମୁଖ ଉପସ୍ଥିତ ରହି ସଙ୍ଗୀତ ଗାନ କରି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ।

Comments are closed.