ସିଡିଏସ ଜେନେରାଲ ବିପିନ ରାୱତ୍‍ଙ୍କୁ ଶ୍ରଦ୍ଧାଞ୍ଜଳି

ଆଠଗଡ : ତାମିଲନାଡୁରେ ବୁଧବାର ଏକ ମର୍ମନ୍ତୁଦ ହେଲିକ୍ୟାପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇଥିବା ଦେଶର ପ୍ରତିରକ୍ଷା  ପ୍ରମୁଖ (ସିଡିଏସ) ଜେନେରାଲ ବିପିନ ରାୱତ୍‍ଙ୍କ ସମେତ ତାଙ୍କ ପତ୍ନୀ ମଧୁଲିତା ରାୱତ୍‍ ଏବଂ ଅନ୍ୟ ୧୧ଜଣ ପ୍ରତିରକ୍ଷା ଅଧିକାରୀଙ୍କୁ ଆଠଗଡ ଉପଜିଲ୍ଲାପାଳ କାର୍ଯ୍ୟାଳୟରେ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି । ଉପଜିଲ୍ଲାପାଳ ହେମନ୍ତ କୁମାର ସ୍ୱାଇଁ ଏହି ଶୋକସଭାରେ ଅଧ୍ୟକ୍ଷତା କରି ଦେଶ ଜେନେରାଲ ବିପିନ ରାୱତ୍‍ଙ୍କ ଭଳି ଜଣେ ବୀର ଯୋଦ୍ଧାଙ୍କୁ ହରାଇଲା ବୋଲି କହିବା ସହ ଦେଶର ପ୍ରତିରକ୍ଷା ବିଭାଗକୁ ସୁଦୃଢ କରିବାରେ ତାଙ୍କର ଅବଦାନ ଅତୁଳନୀୟ ବୋଲି ମତବ୍ୟକ୍ତ କରିଥିଲେ । ଉପଜିଲ୍ଲାପାଳ ଶ୍ରୀ ସ୍ୱାଇଁଙ୍କ ସମେତ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀ ଏଥିରେ ଯୋଗଦେଇ ସେନାମୁଖ୍ୟ ଶ୍ରୀ ରାୱତ ଓ ତାଙ୍କ ପତ୍ନୀଙ୍କ ସମେତ ପ୍ରାଣ ହରାଇଥିବା ସମସ୍ତ ୧୩ଜଣ ସେନାଧିକାରୀଙ୍କ ଆତ୍ମାର ସଦ୍‍ଗତି କାମନା କରି ନୀରବ ପ୍ରାର୍ଥନା କରିବ ସହ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

Comments are closed.