ସୁକ୍ଷ୍ମ କାରିଗରୀ ମାଧ୍ୟମରେ ସ୍ବର୍ଗତ ସିଡିଏସ ବିପିନ ରାଓ୍ବତଙ୍କୁ ଶ୍ରଦ୍ଧାଞ୍ଜଳି

ଗୋପାଳପୁର : ଶିତଳାପଲ୍ଲୀ ଠାରେ ଥିବା ପାରଳା ମହାରାଜା ଯାନ୍ତ୍ରିକ ମହାବିଦ୍ୟାଳୟର ସକ୍ରିୟ ସଂଗଠନ ଇମାଜିକ୍ସ ପକ୍ଷରୁ ଛାତ୍ର କେ. ବିଜୟ କୁମାର ରେଡ଼ି ଏକ ନିଆଁରା ଢ଼ଙ୍ଗରେ ସ୍ବର୍ଗତ ସିଡିଏସ ବିପିନ ରାଓ୍ବତଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି । ବିଜୟ ସୁକ୍ଷ୍ମ କାରିଗରୀ ମାଧ୍ୟମରେ ୩ ସେ.ମି ର ସ୍ବର୍ଗତ ରାଓ୍ବତଙ୍କ ଏକ ମୁର୍ତ୍ତି ତିଆରି କରିଥିବାଦେଖିବାକୁ ମିଳିଛି । ବିଜୟ ଚକ ଖଡ଼ି ଦ୍ୱାରା ଏହି ସୁକ୍ଷ୍ମ କାରିଗରୀ ନିର୍ମିତ କରିଥିବା ବେଳେ ଏହାକୁ ସେ ଗୋଳବନ୍ଧ ଠାରେ ଥିବା  ଆର୍ମି ଏଡି କଲେଜ ମୁଖ୍ୟଙ୍କୁ ପ୍ରଦାନ କରିବେ ବୋଲି ସୂଚନା ଦେଇଛନ୍ତି । ବିଜୟ ଏହା ପୂର୍ବରୁ ଅନେକ ସୂକ୍ଷ୍ମ କାରିଗରୀ କରି ଚର୍ଚ୍ଚା ରେ ରହିଥିବା ବେଳେ  ଆଜିର ଏ ପ୍ରୟାସ ପାଇଁ ତାଙ୍କୁ ବିଭିନ୍ନ ମହଲରେ ପ୍ରଶଂସା କରାଯାଇଛି। ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁଙ୍କ ସମେତ ଇମାଜିକ୍ସ କ୍ଲବ ସଂଯୋଜକ ତଥା ମହାବିଦ୍ୟାଳୟର ଅଧ୍ୟାପକ ଡ଼ ସାଗର ମୁର୍ମୁ ବିଜୟଙ୍କୁ ପ୍ରଶଂସା କରିଛନ୍ତି।

Comments are closed.