ଗଣକବି ବୈଷ୍ଣବ ପାଣିଙ୍କୁ ୧୩୮ତମ ଜୟନ୍ତୀରେ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ବର :ଗଣକବି ବୈଷ୍ଣବ ପାଣି ସାଂସ୍କୃତିକ ସଂସଦ ଭୁବନେଶ୍ଵର ଆନୁକୂଲ୍ୟରେ ଗଣକବିଙ୍କ ୧୩୮ତମ ଜୟନ୍ତୀ ପବିତ୍ର କୁମାର ପୂର୍ଣ୍ଣମୀ ତିଥିରେ ପାଳିତ ହୋଇଯାଇଛି । ସଂସଦ ପକ୍ଷରୁ ପ୍ରାତଃରେ ରାଜଧାନୀ ସ୍ଥିତ ଉତ୍କଳ ସଂଗୀତ ମହାବିଦ୍ୟାଳୟ ସମ୍ମୁଖରେ ଥିବା କବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତୀକୁ ପୁଷ୍ପମାଳାରେ ସୁସଜ୍ଜିତ କରାଯାଇ ଧୂପ, ଦୀପ ସହିତ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ସଂସଦର ସ୍ଥାୟୀ ସଭାପତି, ମହାଙ୍ଗା ବିଧାୟକ ତଥା ପଞ୍ଚାୟତି ରାଜ, ପାନିୟ ଜଳ, ଆଇନ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନାଙ୍କ ତରଫରୁ ଜୟନ୍ତୀ କମିଟିର ରାଜ୍ୟ ସଂଯୋଜକ ଅବନୀ ଚନ୍ଦ୍ର ଦାସ, ସଂପାଦକ ଦେବ ଜେନା ,ଯୁଗ୍ମ ସଂପାଦକ ରଜନୀକାନ୍ତ । ପରିଡା, ଦେବଜ୍ୟୋତି ଦାସ, ସହ- ସଂପାଦକ ପ୍ରମୋଦ ମିଶ୍ର, କାର୍ୟ୍ୟକାରୀ ସଦସ୍ୟ ନିରଞ୍ଜନ ପ୍ରଧାନ, ତପନ କୁମାର ପଟ୍ଟନାୟକ, ଶରତ ରାଉତ, ମାନସ ରଂଜନ ବିଶ୍ଵାଳ, ମୈତ୍ରୀ ରଂଜନ ଦାସ ପ୍ରମୁଖ ଗଣକବିଙ୍କ ସ୍ମୃତି ପ୍ରତି ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ ।

ଅନ୍ୟମାନଙ୍କ ମଧ୍ୟରେ ଭୁବନେଶ୍ଵର ସ୍ଥିତ ସାମାଜିକ ଅନୁଷ୍ଠାନ ମାହାଙ୍ଗା ମୈତ୍ରୀ ମଞ୍ଚ ଏବଂ ଉତ୍କଳ ସମ୍ମିଳନୀ ମଞ୍ଚେଶ୍ଵର ଶିଳ୍ପାଞ୍ଚଳ ଶାଖାର କର୍ମକର୍ତ୍ତା ମାନେ ମଧ୍ୟ କବି ବୈଷ୍ଣବ ପାଣିଙ୍କ ପ୍ରତିମୂର୍ତ୍ତୀ ରେ ପୁଷ୍ପାର୍ଘ୍ୟ ପ୍ରଦାନ କରିଥିଲେ ।  ସଂପ୍ରତି କୋଭିଡ୍ କଟକଣା ଯୋଗୁଁ ଅତି ନିରାଡ଼ମ୍ୱର ପରିବେଶରେ ଚଳିତ ବର୍ଷର ଗଣକବି ଜୟନ୍ତୀ କୁ ପୁଷ୍ପ ମାଲ୍ୟାର୍ପଣ କର୍ୟ୍ୟକ୍ରମରେ ସୀମିତ କରାଯାଇଛି ବୋଲି ସଂଯୋଜକ ଅବନୀ ଚନ୍ଦ୍ର ଦାସ ସୂଚନା ଦେଇଥିଲେ ।

Comments are closed.