ଏଆଇକେଏସ୍‌ସି କୃଷକ ସଙ୍ଗଠନ ପକ୍ଷରୁ ପ୍ରାଣ ହରାଇଥିବା କୃଷକଙ୍କୁ ଶ୍ରଦ୍ଧାଞ୍ଜଳୀ

ବ୍ରହ୍ମପୁର: ଦିଲ୍ଲୀରେ କୃଷି ଆଇନ‌ ବିରୋଧରେ କୃଷକଙ୍କ ଆନ୍ଦୋଳନ ତୀବ୍ର ହେବାରେ ଲାଗିଛି। ଆନ୍ଦୋଳନସ୍ଥଳରେ ପ୍ରାୟ ୨୦ଜଣ କୃଷକଙ୍କ ପ୍ରାଣହାନୀ ହେଲାଣି। ରବିବାର ବ୍ରହ୍ମପୁର ଠାରେ ମୃତକ କୃଷକଙ୍କୁ ଶ୍ରଦ୍ଧାଞ୍ଜଳୀ ପ୍ରଦାନ କରାଯାଇଛି। ଅଲ‌ ଇଣ୍ଡିଆ କୃଷକ ସଂଘର୍ଷ ସମିତି(ଏଆଇକେଏସ୍‌ସି) ଡାକରାରେ ଅନୁଷ୍ଠିତ ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବିଭିନ୍ନ ସଂଗଠନର କର୍ମକର୍ତା ଭାଗନେଇଥିଲେ। କର୍ପୋରେଟ୍‌ ସ୍ବାର୍ଥରେ କେନ୍ଦ୍ରର ମୋଦୀ ସରକାର ଏହି କୃଷି ଆଇନ‌ ପ୍ରଣୟନ କରିଛନ୍ତି । ବିନା ଆଲୋଚନାରେ ଲାଗୁ କରାଯାଇଥିବା ଏହି ଆଇନ୍‌ ଯୋଗୁ ଚାଷୀମାନେ ଶୋଷଣର ଶିକାର ହେବେ। ଆଇନ‌ ବିରୋଧରେ କୃଷକମାନେ ଆନ୍ଦୋଳନ କରୁଥିଲେ ମଧ୍ୟ ସରକାର କୌଣସି ପଦକ୍ଷେପ ନେଉନାହାନ୍ତି। ଅନ୍ନଦାତାଙ୍କ ଆନ୍ଦୋଳନରେ ସମସ୍ତେ ସାମିଲ୍‌ ହେବାକୁ ବକ୍ତାମାନେ ଆହ୍ବାନ ଦେଇଥିଲେ। ଏହି ଶ୍ରଦ୍ଧାଞ୍ଜଳୀ ସଭାରେ ବସନ୍ତ ନନ୍ଦ, ଭାଲଚନ୍ଦ୍ର ଷଡ଼ଙ୍ଗୀ, ପ୍ରଫୁଲ ସାମନ୍ତରା, ଯୁଧିଷ୍ଠିର ବେହେରା, ପ୍ରଶାନ୍ତ ପଟ୍ଟଯୋଶୀ, କାମଦେବ ନାହାକ, ଶିବାନୀ ଶଙ୍କର ମିଶ୍ର ଏବଂ ପ୍ରତାପ ପ୍ରଧାନଙ୍କ ସମେତ ବିଭିନ୍ନ ସଂଗଠନର ବହୁ କର୍ମକର୍ତା ଭାଗନେଇଥିଲେ ।

Comments are closed.