ପିଏମ୍ଇସି ଛାତ୍ରଙ୍କ ପକ୍ଷରୁ ବିପିନ ରାୱତଙ୍କୁ ଶ୍ରଦ୍ଧାଞ୍ଜଳି

ଗୋପାଳପୁର  :  ସିଡିଏସ ଜେନେରାଲ ବିପିନ ରାୱତଙ୍କ ଉଡାଜାହାଜ ଦୁର୍ଘଟଣାରେ ମୃତ୍ୟୁ ଘଟଣାରେ  ପିଏମ୍ଇସି କ୍ୟାମ୍ପସ ପରିସରରେ ବିଦ୍ୟାର୍ଥୀ ମାନଙ୍କ ପକ୍ଷରୁ ଏକ ଶୋକସଭାର ଆୟୋଜନ କରାଯାଇଥିଲା। ଛାତ୍ର ପ୍ରତିନିଧି ରାହୁଲ କୁମାରଙ୍କ ନେତୃତ୍ୱରେ ବିଟେକ ଦ୍ୱିତୀୟ ବର୍ଷର ଛାତ୍ର ସଂଜୀବ କୁମାର ସାହୁ,ସାହିଲ ଆହେମ୍ମଦ ରାଜା, ରୋଷନ କୁମାର ପ୍ରମୁଖଙ୍କ ନେତୃତ୍ବରେ ଶତାଧିକ ବିଦ୍ୟାର୍ଥୀ ଏକଜୁଟ ହୋଇ ଶ୍ରଦ୍ଧାଞ୍ଜଳି ଞାପନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ମହାବିଦ୍ୟାଳୟ ଅଧ୍ୟକ୍ଷ ପ୍ରଫେସର ରଞ୍ଜନ କୁମାର ସ୍ୱାଇଁ ଓ ଅନ୍ୟ ଶିକ୍ଷକ ମାନେ ସାମିଲ ରହିଥିଲେ । ତୃତୀୟ ବର୍ଷ ଛାତ୍ର କେ ବିଜୟ କୁମାର ରେଡ଼ି ଓ ଚତୁର୍ଥ ବର୍ଷର ଛାତ୍ର ଅନିକେତ ଦାନିସାନ ପ୍ରମୁଖ ସହଯୋଗ କରିଥିଲେ।

Comments are closed.