ଏଏନ-୩୨ର ମୃତକଙ୍କୁ ରାଜନାଥଙ୍କ ଶ୍ରଦ୍ଧାଞ୍ଜଳି

ନୂଆଦିଲ୍ଲୀ : ଅରୁଣାଚଳ ପ୍ରଦେଶରେ ଏଏନ୍‌-୩୨ ବିମାନ ଦୁର୍ଘଟଣାରେ ସହିଦ ହୋଇଥିବା ଭାରତୀୟ ବାୟୁସେନାର କର୍ମଚାରୀଙ୍କୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଶୁକ୍ରବାର ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ଏମାନଙ୍କ ମୃତଦେହ ତଥା ଦେହାବଶେଷ ଗୁରୁବାର ଅରୁଣାଚଳର ଦୁର୍ଘଟଣାସ୍ଥଳରୁ ଜୋରହାଟ ବାୟୁସେନା ଘାଟିକୁ ଅଣାଯାଇଥିଲା। ବିମାନଟି ଜୁନ ୩ରେ ଆସାମର ଜୋରହାଟରୁ ଅରୁଣାଚଳର ମେଚୁକାକୁ ଉଡାଣ ଆରମ୍ଭ କରିବାର କିଛି ସମୟ ପରେ ନିଖୋଜ ହୋଇଯାଇଥିଲା। ଏକ ସପ୍ତାହ ପରେ ଏହାର ଧ୍ବଂସାବଶେଷ ଉଦ୍ଧାର କରାଯାଇଥିଲା।

Comments are closed.