ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି

ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ମହାନ୍ ଆଦିବାସୀ ସ୍ୱାଧୀନତା ସଂଗ୍ରାମୀ ବିର୍ସା ମୁଣ୍ଡାଙ୍କ ଜୟନ୍ତୀ ଅବସରରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି। ନିଜ ଟ୍ୱିଟ୍ ବାର୍ତ୍ତାରେ ଉପରାଷ୍ଟ୍ରପତି ଏମ୍. ଭେଙ୍କିୟା ନାଇଡୁ କହିଛନ୍ତି, ‘ଧର୍ତୀ ଆବା’ ଭାବରେ ପରିଚିତ ବିର୍ସା ମୁଣ୍ଡା ଇଂରେଜ ସରକାରର ଅତ୍ୟାଚାର ବିରୋଧରେ ଆଦିବାସୀମାନଙ୍କୁ ଏକାଠି କରିବାରେ ସକ୍ଷମ ହୋଇଥିଲେ। ବିର୍ସା ମୁଣ୍ଡାଙ୍କ ନିର୍ଭୀକ ଓ ସଙ୍କଳ୍ପବଦ୍ଧତା ଆଦିବାସୀମାନଙ୍କୁ ଇଂରେଜ ସରକାର ବିରୋଧରେ ସ୍ୱର ଉତ୍ତୋଳନ କରିବାପାଇଁ ଅନୁପ୍ରାଣିତ କରିଥିଲା। ସେହିପରି ଆଦିବାସୀମାନଙ୍କ ଅଧିକାରର ସୁରକ୍ଷା ପାଇଁ ବିର୍ସା ମୁଣ୍ଡା ସଦାସର୍ବଦା ସ୍ମରଣୀୟ ହୋଇ ରହିବେ ବୋଲି ଶ୍ରୀ ନାଇଡୁ କହିଛନ୍ତି।
महान स्वतंत्रता सेनानी भगवान बिरसा मुंडा की जन्म जयंती पर उन्हें सादर नमन!
'धरती आबा' के नाम से लोकप्रिय #बिरसामुंडा ने आदिवासियों को ब्रिटिश शोषण और अन्याय के विरुद्ध लड़ने को प्रेरित किया। आदिवासी हितों की रक्षा करने के लिए उनको सदैव स्मरण किया जायेगा।#BirsaMunda pic.twitter.com/1Gl6HxyVZd
— Vice President of India (@VPSecretariat) November 15, 2020
ସେହିପରି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିର୍ସା ମୁଣ୍ଡାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଗରିବ ଏବଂ ଅବହେଳିତ ବର୍ଗଙ୍କ କଲ୍ୟାଣ ପାଇଁ ସେ କାର୍ଯ୍ୟ କରିଥିଲେ ବୋଲି କହିଛନ୍ତି। ସ୍ୱାଧୀନତା ଆନ୍ଦୋଳନ ପ୍ରତି ତାଙ୍କର ଅବଦାନ ଏବଂ ସାମାଜିକ ଏକତା ବଜାୟ ରଖିବାପାଇଁ ତାଙ୍କର ପ୍ରୟାସ ସଦାସର୍ବଦା ଲୋକଙ୍କୁ ପ୍ରେରଣା ଯୋଗାଉଥିବ। ଉପରାଷ୍ଟ୍ରପତି ଏବଂ ପ୍ରଧାନମନ୍ତ୍ରୀ ଆଜି ଝାଡ଼ଖଣ୍ଡର ପ୍ରତିଷ୍ଠା ଦିବସ ଅବସରରେ ରାଜ୍ୟବାସୀଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି।
भगवान बिरसा मुंडा जी को उनकी जयंती पर शत-शत नमन। वे गरीबों के सच्चे मसीहा थे, जिन्होंने शोषित और वंचित वर्ग के कल्याण के लिए जीवनपर्यंत संघर्ष किया। स्वतंत्रता आंदोलन में उनका योगदान और सामाजिक सद्भावना के लिए किए गए उनके प्रयास देशवासियों को सदैव प्रेरित करते रहेंगे। pic.twitter.com/9trzSfygep
— Narendra Modi (@narendramodi) November 15, 2020
Comments are closed.