ଆଦିବାସୀ ଗୁରୁ ଲାକୋ ବଦରାଙ୍କ ଜୟନ୍ତୀ ପାଳିତ

ଚୌଦ୍ୱାର : ଓଡ଼ିଶା ଆଦିବାସୀ ଫାଉଣ୍ଡେସନ୍ ତରଫରୁ ଆଦିବାସୀ ଗୁରୁ ଲାକୋ ବଦରାଙ୍କର ୧୦୨ତମ ଜୟନ୍ତୀ ଉତ୍ସବ ପାଳନ କରାଯାଇଛି । ଫାଉଣ୍ଡେସନର ଉପଦେଷ୍ଟା ବୀରବର ପ୍ରଧାନଙ୍କ ସଭାପତିତ୍ୱରେ ଆମ୍ବିଳିଝରୀ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଶଙ୍କର୍ଷଣ ପୁର୍ତ୍ତି,ସୁନାରାମ ସିଂକୁ, କୃଷ୍ଣଚନ୍ଦ୍ର ସାଣ୍ଡିଲ, ମାଙ୍ଗିଲାଲ ବାନ୍ଦିଆ,ମଧୁ ହେମ୍ରମ, ଉମାକାନ୍ତ ଯୋରାଇ,ନାମସୀ ଆଲଡା,ସନାତନ କଳା ,ଦୀପ୍ତିମୟୀ ପ୍ରଧାନ ପ୍ରମୁଖ ସଦସ୍ୟ ବଦରାଙ୍କ ଜୀବନୀ ଆଲୋଚନା କରି ହୋ ଭାଷା ଲିପି ୱାରଂଚିତି(ବର୍ଣ୍ଣମାଳା)ର ଉଦ୍ଭାବକ ଲାକୋ ବଦରାଙ୍କ ପ୍ରତି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ସମ୍ପାଦକ ଗୋପିନାଥ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ ।

Comments are closed.