କଥା ରଖିଲେ ବର୍ଷା : ଓଡ଼ିଆ ଓ କୁଇ ଭାଷାରେ ଗୀତ ଗାଇଲେ ଆଦିବାସୀ ଝିଅ ନମିତା ମେଲେକା

ଭୁବନେଶ୍ବର : କୋରାପୁଟର ଆଦିବାସୀ ଝିଅ ନମିତା ମେଲେକାଙ୍କ ଗୀତକୁ ନେଇ ଏବେ ଗାଁରୁ ସହର ସବୁଠି ଚର୍ଚ୍ଚା। ନିଜ କୁଇ ଭାଷା ସହ ଓଡ଼ିଆ ଏବଂ ହିନ୍ଦୀ ଭାଷାରେ ଗୀତ ଗାଇ ସୋସିଆଲ ମିଡ଼ିଆରେ ସେ ଚର୍ଚ୍ଚାରେ ରହିଛନ୍ତି। ନମିତାଙ୍କ ଯାଦୁକରୀ କଣ୍ଠ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ବିଶେଷ ପ୍ରଭାବିତ କରିଥିଲା ଏବଂ ସେ ନମିତାଙ୍କୁ ଗୀତ ଗାଇବାର ସୁଯୋଗ ଦେବେ ବୋଲି ଘୋଷଣା କରିଥିଲେ। ବର୍ଷା ଏବେ ନିଜର କଥା ରଖିଛନ୍ତି। ଆଉ ନମିତାଙ୍କ ସ୍ବପ୍ନ ପୂରଣ ହୋଇଛି। ଆଜି କଟକ ସିଡିଏ ଗଣେଶ ମଣ୍ଡପ ପାଖରେ ଥିବା ନିଉ ରେକର୍ଡିଙ୍ଗ ଷ୍ଟଡିଓରେ ନମିତାଙ୍କ ପ୍ରଥମ ଗୀତ ରେକର୍ଡ଼ିଂ ହୋଇଛି। ଓଡ଼ିଆ ଓ କୁଇ ଭାଷାରେ ଗୀତିକାର ବିଜୟ ମଲ୍ଲଙ୍କ ଦ୍ୱାରା ଲିଖିତ ଏକ ଜଗନ୍ନାଥ ଭଜନ ସଂଗୀତ ନିର୍ଦେଶକ ପ୍ରେମାନନ୍ଦଙ୍କ ନିର୍ଦେଶନାରେ ନମିତା ଭଜନ ଗାଇଛନ୍ତି। ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ଷ୍ଟଡିଓରେ ଉପସ୍ଥିତ ରହି ତାଙ୍କୁ ଉତ୍ସାହିତ କରିଥିଲେ।

Comments are closed.