ମା ବାଟପନ୍ଥାଇ ଆଦିବାସୀ ସଂଘର ବୈଠକ

ହରଭଙ୍ଗା : ବୌଦ୍ଧ ଜିଲା ହରଭଙ୍ଗା ବ୍ଳକର  ମହାଲିକପଡା ଗ୍ରାମପଞ୍ଚାୟତର ହିଞଳ ଠାରେ ବୁଧବାର ମା ବାଟପନ୍ଥାଇ ଆଦିବାସୀ ସଂଘ ପକ୍ଷରୁ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ  ପଞ୍ଚାୟତର ମହାଲିକପଡା, ଗେରେଡିସାହି, ତଇଲାସାହି, ଶ୍ରୀପାଜୁ, ହିଞଳ, ସାତଖଣ୍ଡ, ଧାଡିଆମ୍ବ, ଜାବର, ସେମିଗୁଡା, ନୁଆପଡା, ,ଶଙ୍କୁରୀ , ଧାଡିଆମ୍ବ, ଟିକିରାସାହି, ବାଳିସାହି,  ନନ୍ଦାଗାଡୁ, ପଦ୍ମତୋଳା, ସେମିଗୁଡା, ନୁଆପଡା ଆଦି ଗ୍ରାମର  ଆଦିବାସୀ ମାନେ ଯୋଗ ଦେଇଥିଲେ।  ନୁତନ ସଭାପତି ଭାବେ ସଚିନ୍ଦ୍ର କହଁର, ଉପସଭାପତି ପଞ୍ଚାନନଜନୀ, ସଂପାଦକ ସଞ୍ଚୟ ମାଝୀ ସମାଜର ବିକାଶ ନେଇ ଆଲୋଚନା କରିଥିଲେ। ସଂଘର ସମସ୍ତ କର୍ମକର୍ତ୍ତା ଓ ସଦସ୍ୟ ମାନେ ଯେପରି ନିଜ ଅଞ୍ଚଳର ବିକାଶ ହୋଇପାରିବ ସେ ନେଇ କାର୍ଯ୍ୟ ଖସଡା ପ୍ରସ୍ତୁତ କରିବାକୁ ମତ ବ୍ୟକ୍ତ କରିଥିଲେ ।

Comments are closed.