ଭିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରେ ଦେଢ କୋଟି, ୫ଟି ଘରର ମାଲିକାଣୀ ଗିରଫ

ନୂଆଦିଲ୍ଲୀ : ଜଣେ ଭିକାରୀଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଦେଢ କୋଟି ମିଳିଛି। ଏହା ସହ ସେ ୫ଟି ଘରର ମାଲିକାଣୀ ମଧ୍ୟ। ୫୭ ବର୍ଷୀୟ ମହିଳା ଭିକାରୀଙ୍କୁ ପୁଲିସ ଗିରଫ କରିଛି।

Gulfnews.com ର ଏକ ରିପୋର୍ଟ ଅନୁଯାୟୀ, ବ୍ୟାଙ୍କରେ ଦେଢ କୋଟି ରଖିଥିବା ମହିଳା ଭିକାରୀ ଇଜିପ୍ଟର ବୋଲି ଜଣାପଡଛି। ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ଏକ କୋଟି ୪୨ ଲକ୍ଷ ଟଙ୍କା ଜମା ରହିଥିଲା। ପୁଲିସ ସେହି ଭିକାରୀଙ୍କୁ ଗିରଫ କରି ପଚରାଉଚରା କରୁଛି।

ସ୍ଥାନୀୟ ଖବରକାଗଜ ଅଲ ମାସ୍ରି ଅଲ ୟୁମର ରିପୋର୍ଟ ଅନୁଯାୟୀ, ମହିଳା ଭିକାରୀ ଏକ ହ୍ୱିଲ ଚେୟାରରେ ରହୁଥିଲେ ଏବଂ ଗୋଡ କାଟିବା ପରି ନିଜକୁ ଦେଖାଇଥିଲେ। ସେ ଇଜିପ୍ଟ ର ଅନେକ ରାଜ୍ୟରେ ବୁଲିବୁଲି ଭିକ ମାଗୁଥିଲେ।

ଭିକ ମାଗିବା ସମୟରେ ମହିଳା ଜଣକ ଏକ ହ୍ୱିଲ୍ ଚେୟାରରେ ଥିଲେ, କିନ୍ତୁ ବାକି ସମୟ ସେ ନିଜ ପାଦରେ ଚାଲୁଥିଲେ। ଯେତେବେଳେ ଜଣେ ବ୍ୟକ୍ତି ମହିଳାଙ୍କୁ ପାଦରେ ଚାଲୁଥିବାର ଦେଖିଲେ, ସେତେବେଳେ ଘଟଣାଟି ଜଣାପଡିଥିଲା।

ମହିଳାଙ୍କ ନାମ ନାଫିସା ବୋଲି ଜଣାପଡିଛି। ମହିଳା ଭିକାରୀଙ୍କ କୌଣସି ରୋଗ ନାହିଁ ବୋଲି ପୁଲିସ ମଧ୍ୟ ଜାଣିବାକୁ ପାଇଛି। ପୁଲିସ ଅନୁସନ୍ଧାନରୁ ଜଣାପଡିଛି ଯେ, ଭିକାରୀଙ୍କ ଦୁଇଟି ବ୍ୟାଙ୍କ ଆକାଉଣ୍ଟରୁ ଏକ କୋଟି ୪୨ ଲକ୍ଷ ଟଙ୍କା ଜମା ଥିଲା।

Comments are closed.