ଶୟନ କକ୍ଷରେ ଗଛ ରଖନ୍ତୁ ନାହିଁ

0

କାଠ ଓ ଏଥିରେ ତିଆରି ସାମଗ୍ରୀ ଆମ ଜୀବନରେ ଅନେକ ମହତ୍ୱ ରଖିଥାଏ। ଫେଙ୍ଗଶୁଇ ଅନୁଯାୟୀ କାଠ ତିଆରି ଉପକରଣ ବା ସାମଗ୍ରୀ ଘର ବା ଅଫିସର ପୂର୍ବ ଦିଗରେ ରଖିଲେ ଏହି ଦିଗ ଶକ୍ତିଶାଳୀ ହୋଇଥାଏ। ଯଦି ଆପଣ ଆପଣଙ୍କ ଘର ଓ ଦୋକାନରେ ସକରାତ୍ମକ ଶକ୍ତିର ଉପସ୍ଥିତି ଚାହୁଥାନ୍ତି ତାହେଲେ ତଳେ ଦିଆଯାଇଥିବା କାଠ ସାମଗ୍ରୀ ରଖି ଏହି ଶକ୍ତିକୁ ଆଣିପାରିବେ ଓ ବ୍ୟବସାୟ ବାଣିଜ୍ୟରେ ଉନ୍ନତି କରିପାରିବେ।
– ଘର, କାର୍ଯ୍ୟାଳୟ, ସୋ ରୁମ୍‍ ଆଦିର ପୂର୍ବ ଦିଗରେ କାଠ ତିଆରି ଉପକରଣ ଯଥା- ଆଲମୀରା, ସୋ ପିସ୍‍ ଆଦି ରଖିବା ସହିତ ବୃକ୍ଷଲତା ଥିବା ଫଟୋ ଟାଙ୍ଗିଲେ ଲାଭ ମିଳିଥାଏ।
– ପରିବାରରେ ସୁଖ, ଶାନ୍ତି ଓ ସ୍ୱାସ୍ଥ୍ୟ ପାଇଁ ପରିବାରର ସମସ୍ତ ଲୋକଙ୍କୁ ନେଇ ଉଠାଇଥିବା ଏକ ଫଟୋ କାଠ ଫ୍ରେମ୍‍ରେ ଘରର ପୂର୍ବ ପଟ କାନ୍ଥରେ ଟାଙ୍ଗି ଦିଅନ୍ତୁ।
– କଇଁଚି, ଛୁରୀ ଆଦିକୁ ଏଭଳି ଭାବେ ରଖନ୍ତୁ ନାହିଁ ଯେପରି ତାହାର ଗୋଜିଆ ଅଂଶ ବାହାରକୁ ବାହାରିଥିବ।
– ଶୟନ ଗୃହରେ ଗଛ ରଖିବା ଅନୁଚିତ୍‍। କିନ୍ତୁ କୌଣସି ବ୍ୟକ୍ତି ଅସୁସ୍ଥ ଥିଲେ ତାଙ୍କ ଘରେ ତାଜା ଫୁଲ ରଖନ୍ତୁ। ରାତି ହେଲେ ଏହି ଫୁଲକୁ ଘରୁ ବାହାରକୁ ନେଇ ଆସନ୍ତୁ।
– ମାନସିକ ଶାନ୍ତି ପାଇଁ ଚନ୍ଦନରୁ ତିଆରି ଧୂପକାଠି ଜଳାନ୍ତୁ। ଏହା ମାନସିକ ବ୍ୟଗ୍ରତାକୁ କମାଇଥାଏ।
– ମାଟି ପାତ୍ରରେ ତିନୋଟି ଗଛ ଲଗାଇ ଘର ଭିତରେ ପୂର୍ବ ଦିଗରେ ରଖନ୍ତୁ। ବୋନସାଇ ଓ କାକ୍ଟସ ଲଗାନ୍ତୁ ନାହିଁ। କାରଣ ବୋନସାଇ ପ୍ରଗତିର ବାଧକ ହୋଇଥିବା ବେଳେ କାକ୍ଟସ ହାନିକାରକ ହୋଇଥାଏ।

Leave A Reply