ଲୁପ୍ତ ହୋଇଛି ୬୦୦ ପ୍ରଜାତିର ଗଛ

-ପରିବେଶ ପରିବର୍ତ୍ତନ ବାବଦରେ ଆମେ କେହି ମଧ୍ୟ ସଚେତନ ହେଉନଥିବାର ଦେଖାଯାଉଛି। ଏ କ୍ଷେତ୍ରରେ ଭାରତ ସବୁଠୁ ଆଗରେ। କିଛି ମାସ ତଳେ ହୋଇଥିବା ଅନୁଧ୍ୟାନରୁ ଜଣାପଡ଼ିଥିଲା, ଆମେରିକା ଗତ ୨୫ ବର୍ଷ ମଧ୍ୟରେ ଯେତେ ପରିମାଣର ସିମେଣ୍ଟ ବ୍ୟବହାର କରିନାହିଁ, ଭାରତର ପ୍ରମୁଖ ପ୍ରାନ୍ତରେ ଅଢ଼େଇ ବର୍ଷ ମଧ୍ୟରେ ସେତିକି ପରିମାଣର ସିମେଣ୍ଟ, ଫ୍ଲାଟ୍ ଓ ଆପାର୍ଟମେଣ୍ଟ ନିର୍ମାଣ ନିମନ୍ତେ ବ୍ୟବହାର ହୋଇଛି। ପ୍ରଦୂଷଣର ସ୍ତର ଶୀର୍ଷରେ ଏବେ ଅଛି। ଦିଲ୍ଲୀ ବିଶ୍ବର ଅନ୍ୟତମ ପ୍ରଦୂଷିତ ଭାବେ ଚର୍ଚ୍ଚାରେ ରହିଛି। ଏହା ସତ୍ତ୍ବେ ଦିଲ୍ଲୀର ସ୍ଥାନୀୟ ଲୋକେ ଏ ବାବଦରେ ସେତେଟା ସଚେତନ ନୁହନ୍ତି। ନିକଟରେ ହୋଇଥିବା ଏକ ଅନୁଧ୍ୟାନରୁ ଜଣାପଡ଼ିଛି ଯେ ବିଶ୍ବର ପ୍ରମୁଖ ଜଙ୍ଗଲରୁ ଗତ ୨୫୦ ବର୍ଷ ମଧ୍ୟ​‌େ​‌ର ମୋଟ୍ ୫୭୧ ପ୍ରକାରର ଗଛ ଲୁପ୍ତ ହୋଇଛି। କେବଳ ଗଛ ନୁହେଁ, ଅନେକ ପ୍ରଜାତିର ପ୍ରାଣୀ ଓ ପକ୍ଷୀ ମଧ୍ୟ ନିଶ୍ଚିହ୍ନ ହୋଇଗଲେଣି। ଆମେରିକାର ଜନୈକ ବିଶେଷଜ୍ଞଙ୍କ ମତରେ ଆଉ କିଛି ବର୍ଷ ମଧ୍ୟରେ କେବଳ ଯାନ୍ତ୍ରିକ ଭିଡ଼ ବିଶ୍ବରେ ଦେଖିବାକୁ ମିଳିବ। ଗଛ ଆଗାମୀ କିଛି ବର୍ଷ ପରେ ସଂଗ୍ରହାଳୟରେ ସ୍ଥାନ ପାଇବ। ଏବେ ମଧ୍ୟ ଯଥେଷ୍ଟ ସମୟ ଅଛି ଆମେ ସଚେତନ ହେବା ନିମନ୍ତେ, ହେଲେ କେତେଦୂର ତାହା କାର୍ଯ୍ୟକାରୀ ହୋଇପାରୁଛି ଦେଖିବାର କଥା।

Comments are closed.